ଓଡ଼ଗାଁ, (ବାଘୁଆବାର୍ତ୍ତା) : ଆଜି ସ୍ୱାୟତ ଶାସନ ଦିବସ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜୁମ ଆପ୍ ମାଧ୍ୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଓଡ଼ଗାଁ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରିଛନ୍ତି । ୩ କୋଟି ଟଙ୍କା ବ୍ୟୟରେ ଓଡ଼ଗାଁ ବସଷ୍ଟାଣ୍ଡର ଉନ୍ନତୀ କରଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିବା ବେଳେ ୭୫ ଲକ୍ଷ ବ୍ୟୟରେ ସ୍ମାର୍ଟ ସ୍ମାଶନ ନିର୍ମାଣ କରାଯିବ ବୋଲି କହିଛନ୍ତି । ଏହା ସହିତ ରାମ ସାଗର ପାର୍କର ଉନ୍ନତୀ କରଣ ପାଇଁଛ ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ଓଡ଼ଗାଁ ଏନ୍ଏସି ନୂତନ ଅଫିସ ଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି । ଆଜି ସ୍ୱାୟତ ଶାସନ ଦିବସ ଅବସରରେ ପ୍ରଶାସକ ତଥା ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଓଡ଼ଗାଁ ଏନ୍ଏସିରେ ପତାକା ଉତ୍ତୋଳନ କରିବା ସହ ମିନି ଷ୍ଟାଡିୟମଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏନ୍ଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂ ପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ରହିଥିବା ଜଣାଯାଇଛି ।
ରିର୍ପୋଟ- ଅର୍ଜ୍ଜୁନ ସାହୁ






