Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏ ମାଟି ଚନ୍ଦନ ଭଳି ଶିତଳତା ପ୍ରଦାନ କରେ : ଅରୁଣ

by ସଞ୍ଜୟ ସ୍ୱାଇଁ
January 10, 2020
in Lifestyle
ଏ ମାଟି ଚନ୍ଦନ ଭଳି ଶିତଳତା ପ୍ରଦାନ କରେ : ଅରୁଣ
42
VIEWS
Share on FacebookShare on Twitter

ଓଡଗାଁ ମହୋତ୍ସବ ଉଦଘାଟିତ

 

ନୟାଗଡ଼, (ବାଘୁଆବାର୍ତ୍ତା) : ଏ ମାଟି ଚନ୍ଦନ ଭଳି ଶିତଳତା ପ୍ରଦାନ କରେ । ଶାନ୍ତି, ମୈତ୍ରୀ, ପ୍ରୀତି, ଭାତୃ ପ୍ରେମର ସଙ୍କେତ ବହନ କରୁଥିବା ମାଟି ଶ୍ରୀରଘୁନାଥ ଜିଉଙ୍କ ବିଜେ ସ୍ଥଳୀ ଓଡ଼ଗାଁରେ ସୃଷ୍ଟି କରୁଛି ଶାନ୍ତ ସ୍ନିିଗ୍ଧ ଭାବମୟ ପରିବେଶ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ମହୋତ୍ସବକୁ ଅଧିକ ସହଜ ଓ ସରଳ କରି ଗଢିତୋଳୁଛି । ଏ ଅଂଚଳର ଶିଳ୍ପୀ ଓ କାରୀଗର ଦେଶ ତଥା ରାଜ୍ୟର କୋଣେ ଅନୁକୋଣେ ନିହାଣ ମୁନରେ ସୃଷ୍ଟି କରିଛି ଅନେକ ସମ୍ଭାବନା । ଏ ସବୁ ଗୁରୁତ୍ୱ ବହନ କରୁଥିବା ଓଡ଼ଗାଁ ପ୍ରକୃତରେ ମହିମା ବିମଣ୍ଡିତ ଏବଂ ଗରିମାମୟ । ସ୍ଥାନୀୟ ମହୋତ୍ସବ ପଡିଆରେ ଓଡଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୨୦ କୁ ଗୁରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିବା ପରେ ଏହି ଉକ୍ତି ରଖିଥିଲେ । ଆଜି ସନ୍ଧ୍ୟା ୬ ଟାରେ ମନ୍ତ୍ରୀ ଅରୁଣ ସାହୁ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ ସହିତ ରଘୁନାଥ ଜିଉଙ୍କ ଆଜ୍ଞାମାଳ ଓ ମଶାଲ ନେଇ ଏକ ବିରାଟ ପଟୁଆରରେ ଆସି ମହୋତ୍ସବ ମଣ୍ଡପରେ ସ୍ଥାପନା କରିଥିଲେ । ପରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦଶ୍ୟ ବିଭୁପ୍ରସାଦ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳ ବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ସମାଜସେବୀ ସୁର୍ଯ୍ୟ ନାରାୟଣ ଚୈାଧୁରୀ, ହସକ୍ଳବ ସଭାପତି ବସନ୍ତ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଓଡ଼ଗାଁର ବିକାଶ ସମ୍ପର୍କିତ ସୁଚନା ଦେଇଥିଲେ । ସମସ୍ତ ଅତିଥି ମାନଙ୍କୁ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଫଟୋଚିତ୍ର ଉପହାର ଦିଆଯାଇଥିଲା । ଅପରାହ୍ନ ୪ଟା ଠାରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ଦଳଗତ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ବିଚାରକ ମଣ୍ଡଳୀ ମାନଙ୍କ ଦ୍ୱାରା ବରିଷ୍ଠ ବିଭାଗର ଇଂଗଲିସ ପଏଂଟ୍ ଓ ଷ୍ଟେପ ଅପ ଏକାଡେମୀ ଏବଂ କନିଷ୍ଠ ବିଭାଗର ସତ୍ୟଂ ପବ୍ଲିକ୍ ସ୍କୁଲ୍ ଓ ଜାଭିୟର ହାଇସ୍କୁଲର ଡ୍ୟାନ୍ସ୍ ଗୃପ୍ ଏହି ୪ରୋଟି ଦଳ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ପୁନଃ ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜର ଛଉ ନୃତ୍ୟ, ରଣପୁରୁର ନୃତ୍ୟ ପ୍ରଣାମ, ପୁରୀର ଫାୟାର ଡ୍ୟାନ୍ସ, ସମ୍ବଲ ପୁରୀ ନୃତ୍ୟ ସହିତ ଟ୍ରାକ ସିଙ୍ଗର ବିଦିସା ପାତ୍ରଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!