ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଝାଡ଼ସାହିରେ ୫ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚି ପରିସ୍ଥିତି ପରଖିବା ପ୍ରତ୍ୟେକ ବ୍ୟକ୍ତି କରୋନା ପରୀକ୍ଷା କରିବା ପରାମର୍ଶ ଦିଆଯାଇଥିଲା । ଏହାକୁ ନେଇ ଗ୍ରାମ କମିଟି ସମସ୍ତଙ୍କ ସଚେତନ କରିଥିଲେ । ଆଜି ବ୍ଲକ ପ୍ରଶାସନ ତରଫରୁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚି କରୋନା ପରୀକ୍ଷା କରିଥିଲେ । ସମୁଦାୟ ୨୬୯ ଜଣଙ୍କର ଆଣ୍ଟିଜେନ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସନ୍ଦେହ ହେବାରୁ ୨୬୯ ଙ୍କ ମଧ୍ୟରୁ ୭୧ ଜଣଙ୍କ ପୁଣିଥରେ ଆର.ଟି.ପିସିଆର ଟେଷ୍ଟ ପାଇଁ ପଠାଯାଇଛି । ବ୍ଲକ ପ୍ରଶାସନ ତରଫରୁ ତହସିଲଦାର ବିଜୟିତା ସାମନ୍ତସିଂହାର, ବିଡ଼ିଓ ସ୍ୱାତିଲେଖା ଦାସ, ଆଦର୍ଶଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ,ସ୍ୱାସ୍ଥବିଭାଗ ତରଫରୁ ସୁପର ଭାଇଜର ସୁରେନ୍ଦ୍ର ନାୟକ, ସନୋଜ କୁମାର ଗୋଛି ଏବଂ ସରପଞ୍ଚ ସନ୍ୟାସୀ ପ୍ରଧାନ ଉପସ୍ଥିତ ଥିଲେ ।






