Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ

by ସଞ୍ଜୟ ସ୍ୱାଇଁ
November 2, 2020
in Nayagarh
ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ
736
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ବିଜେଡି ପ୍ରତିବର୍ଷ ଅକ୍ଟୋବର ୨ତାରିଖରୁ ଗାନ୍ଧି ଜୟନ୍ତୀରେ ପଦଯାତ୍ରା ଅଭିଯାନ କରିଥାଏ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ କ୍ରମେ କୋଭିଡ ନିମନ୍ତେ ଅକ୍ଟୋବର ୨ ତାରିଖରୁ ଦୀର୍ଘ ଏକ ମାସ ଧରି ଚାଲିଥିବା ଜନସଚେତନତା ଅଭିଯାନ ଓଡ଼ଗାଁ ଏନ.ଏସି ଅଞ୍ଚଳରେ ଜୁମ ଆପ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ନିଜର ପ୍ରାରମ୍ଭିକ ଭାଷଣ ରଖିଥିବାବେଳେ ଓଡ଼ଗାଁ ଅଞ୍ଚଳରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ ତଥ୍ୟ ରଖିଥିଲେ । ଏଥି ସହିତ ଏନଏସି ସଭାପତି ରବୀନ୍ଦ୍ର ନାଥ ପୃଷ୍ଟି ,ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ ନିଜ ନିଜର ଅଭିଭାଷଣ ମାଧ୍ୟମରେ କୋଭିଡ ୧୯ର ସଚେତନତାର ବାର୍ତା ପ୍ରେରଣ କରିଥିଲେ । ସଦାସର୍ବଦା ନିଜର ନିଆରା କାର୍ଯ୍ୟପନ୍ଥା ପାଇଁ ତଥା କାର୍ଯ୍ୟଶୈଳୀ ପାଇଁ ପ୍ରସିଦ୍ଧ ଥିବା ମନ୍ତ୍ରୀ ତଥା ବିଧାୟକ ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକମାନଙ୍କୁ ସଭାପତି ବସନ୍ତ କୁମାର ମିଶ୍ର ସେମାନଙ୍କର ପରିଚୟପତ୍ର ବଣ୍ଟନ କରିଥିଲେ ।ଯାହାକୁ ଓଡ଼ଗାଁ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିବା ସହିତ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ମନ୍ତ୍ରୀ ସାହୁ ଓଡ଼ଗାଁ ମାଟି ପ୍ରତି ଥିବା ତାଙ୍କର ଭଲ ପାଇବା ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଘୋଷଣା କରିଥିଲେ ।ଓଡ଼ଗାଁର ବିକାଶ ତାଙ୍କର ପ୍ରଥମ ପ୍ରାଥମିକତା ବୋଲି କହିଥିଲେ ।ସମସ୍ତ କର୍ମୀଙ୍କୁ ରାଜନୀତି ମାଧ୍ୟମରେ ସମାଜସେବା କରିବା ନିମନ୍ତେ ମନ୍ତ୍ର ବିଛ୍ହୁରଣ କରିଥିଲେ ।ପରିଶେଷରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବରିଷ୍ଠ ନାଗରିକ, ଯୁବକ ଏବଂ ଛାତ୍ରବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଏନ.ଏସି ଅଞ୍ଚଳର ୩୦୦ରୁ ଲୋକ ଜୁମ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!