ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାର କିଛି ଦିନ ତଳେ କ୍ରାଇମବ୍ରାଞ୍ଚରୁ ନୟାଗଡ଼ ଜିଲ୍ଲାକୁ ବଦଳି କରିଥିବା ପ୍ରଜ୍ଞା ପାରମିତା ଜେନା ଗତକାଲି ନୟାଗଡ଼ ପୁଲିସ ମୁଖ୍ୟାଳୟରେ ପହଂଚି କାର୍ଯ୍ୟରେ ଯୋଗ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ତାଙ୍କୁ ଓଡ଼ଗାଁ ଥାନା ଅଧିକାରୀ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଜି ସେ ଓଡ଼ଗାଁ ଥାନାରେ ପହଂଚି ବିଧିବଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ହୋଇଥିବା ବେଳେ କିଛିମାସ ହେଲା ଏହି ଥାନାରେ କେହି ଆଇଆଇସି ନଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ଥାନା ଦାୟିତ୍ୱ ସମ୍ଭାଳୁଥିବା ବେଳେ ଓଡ଼ଗାଁରେ ଆଇଆଇସି ନିଯୁକ୍ତି କରିବା ନେଇ ବାରମ୍ବାର ଦାବି ଉଠୁଥିଲା । ଏବେ ପ୍ରଜ୍ଞା ପାରମିତା ଥାନା ଦାୟିତ୍ୱ ସମ୍ଭାଳିବା ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ, ରଘୁନାଥଙ୍କୁ ଆର୍ଶୀବାଦରୁ ସବୁ ସୁଫଳ ହେବ ବୋଲି କହିଛନ୍ତି।






