ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବ୍ଲକ ସ୍ତରୀୟ ସ୍ୱାଧିନତା ଦିବସ ଓଡ଼ଗାଁ ମିନିଷ୍ଟାଡିୟମଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜେୟିତା ସାମନ୍ତ ସଂହାର, ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ଦାଶ ପ୍ରମୂଖ ଯୋଗଦେଇଥିଲେ । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ତହସିଲଦାର୍ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚାନନ ସାହୁ, ପିତବାସ ସାର୍ ସହଯୋଗ କରିବା ସହ ପରିଚାଳନା କରିଥିବା ବେଳେ ଓଡ଼ଗାଁ ଏନ୍ଏସି କର୍ମଚାରୀ ସହଯୋଗ କରିଥିଲେ ।






