ଆରଏଏ ଓଡ଼ଗାଁ ୪ ଦଳ ଭାବେ ସେମିଫାଇନାଲରେ ପ୍ରବେଶ
ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରାମ ସ୍ପୋର୍ଟସ କ୍ଳବ୍ ଦ୍ବାରା ଆୟୋଜିତ ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ରବିବାର ଚତୁର୍ଥ ଦିନ ପ୍ରଥମ ଲିଗ୍ ମ୍ୟାଚରେ ପଞ୍ଚରିଡା ମାନପୁର ଦଳ ଯୋଗେଇ ନଥିବାରୁ ରଘୁନାଥ ଆଥଲେଟିକ ଆସୋସିଏସନ, ଓଡ଼ଗାଁ ସିଧା ସଳଖ ଭାବେ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ଲିଗ୍ ମ୍ୟାଚରେ ଏମ୍ ସିସି, କୁରାଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୭୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଜେସିଏ, ବାହାଡାଝୋଲା ୬ ଓଭରରେ ଗୋଟିଏ ଉଇକେଟ ହରାଇ ମ୍ୟାଚ ଜିତିଯାଇଥିଲା । ବିଜୟୀ ଦଳର ରାକେଶ ୧୨ ବଲରେ ୧୭ ରନକରି ଏବଂ ୨ ଓଭରରେ ୨୧ ରନ ବଦଳରେ ୩ ଉଇକେଟ ନେଇ ମ୍ୟାନ ଅଫଦି ମ୍ୟାଚ ଘୋଷିତ ହୋଇଥିଲେ । ଆଜି ଚତୁର୍ଥ ଦିନରେ ଚତୁର୍ଥ କ୍ବାଟର ଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ ଆସୋସିଏସନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୦ ରନ ସଂଗ୍ରହ କରିଥିବା ବେଳେ ବାହାଡାଝୋଲା ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ୯୬ ରନରେ ସିମିତ ରହିଥିଲା । ଫଳରେ ରଘୁନାଥ ଆଥଲେଟିକ ଆସୋସିଏସନ ବିଜୟ ହାସଲ କରି ୪ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ବାହାଡାଝୋଲାର ବିକାଶ ୧୯ ବଲରେ ୬୧ ରନକରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲା । ସନ୍ତୋଷ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବସନ୍ତ କୁମାର ସାହୁ, ସାଗର, ଅନନ୍ତ, ତନ୍ମୟ, ଅମିତ୍, ବୁଲୁ ଆଜିର ଖେଳକୁ ପରିଚାଳନା କରିଥିଲା ବେଳେ ସୋମବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ କଇଥ ଗାଡିଆ ସହିତ ମଶାବାରୀ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଇଟାଭାଟି ଓ ରଘୁନାଥ ଆଥଲେଟିକ ଆସୋସିଏସନ ସହିତ ଅନୁଷ୍ଠିତ ହେବ।