ଓଡ଼ଗାଁ(ବାଘୁଆବାର୍ତ୍ତା): କୁରାଳ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ଆଜି ଦିବା ୧୦ ଘଟିକା ସମୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପରିବେଶ ସାଥି କୁରାଳ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ ଓଡ଼ଗାଁ , ମାତୃଭୂମି କୁରାଳ , ପଞ୍ଚୁପାଣ୍ଡବ ସୁରକ୍ଷା ମଞ୍ଚ , ବାଗ୍ଦେଵୀ ବିକାଶ ମଞ୍ଚ , ସାଧୁସନ୍ଥ ବିକାଶ ମଞ୍ଚ , କୁରାଳ ପଞ୍ଚାୟତ ସ୍ବେଚ୍ଛାସେବି ମାନେ ଏକ ମଟର ସାଇକେଲ ରାଳିରେ ବାହାରି ପଞ୍ଚୁପାଣ୍ଡବ ପାହାଡ଼ର ଚତୁଃପାର୍ଶ୍ଵରେ ଥିବା ପାଣ୍ଡେରିପଡା, ଗିରିଡିପଲ୍ଲୀ,କୁରାଳ,ନାଠିଆପଲ୍ଲୀ, ତୋଟାସାହି, ଧଝୋଲା, ଲଣ୍ଡାବାଦୁ,ସୁନାମୁଁହି ,ଲୁହୁଣୀ, ଲଡୁସାହି ,ହନୁମନ୍ତିଆ, ନାଉରିଆ ଆଦି ଗ୍ରାମକୁ ପହଞ୍ଚି ଜନସାଧାରଣ ମାନଙ୍କୁ ସଚେତନତା କରିବା ସହିତ ହାତରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନସ୍ଲୋଗାନରୂପକ ପ୍ଲାକାର୍ଡ ଧରି ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇବା ସହ ନିଆଁ ନଲଗାଇବା , ଗଛ କାଟିବା ନାହିଁ , ପଶୁପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ଭଳି ଇତ୍ୟାଦି ସଚେତନତା କରିବା ସହ ଲୋକମାନେ କିପରି ସହଯୋଗ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବାବେଳେ ବନପାଳ ସରିତା ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ପରିବେଶବିତ ସୁକାନ୍ତ ଚୌଧୁରୀଙ୍କ ଆବାହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ରାଜନ ନାୟକ ,ଭାବଗ୍ରାହୀ ମହାପାତ୍ର ,ସମାଜସେବୀ ଶାନ୍ତନୁ ବିଷୋୟୀ , ସୀମାଞ୍ଚଳ ସାହୁ , ପ୍ରମୁଖ ସହଯୋଗ କରିଥିଲେ ।







