Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ କଲେଜରେ ଯୁକ୍ତ ୨ ବାଣିଜ୍ୟ ପାଠ୍ୟକ୍ରମ ଖୋଲିଲା

by ସଞ୍ଜୟ ସ୍ୱାଇଁ
June 16, 2025
in Nayagarh
ଓଡ଼ଗାଁ କଲେଜରେ ଯୁକ୍ତ ୨ ବାଣିଜ୍ୟ ପାଠ୍ୟକ୍ରମ ଖୋଲିଲା
618
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ନୂତନ କରି ଯୁକ୍ତ ୨ ବାଣିଜ୍ୟ (କମର୍ସ) ବିଭାଗ ଖୋଲିଛି। ଯାହା ଦ୍ୱାରା ଓଡ଼ଗାଁ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ଚଳିତବର୍ଷ ଠାରୁ ବାଣିଜ୍ୟ ବିଭାଗରେ ନାମ ଲେଖାଇବା ସହ ପାଠ ପଢିବାର ସୁବିଧା ପାରିବେ। ପ୍ରଥମ ପର‌୍ୟ୍ୟାୟରେ ସମୁଦାୟ ୩୨ ଗୋଟି ସିଟରେ ନାମ ଲେଖାଇବା ପାଇଁ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହା ବୃଦ୍ଧି ହେବ ବୋଲି ଜଣାପଡିଛି। ଏନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର‌୍ୟ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା ଡିଏଚଏସଇ-ଏଚପିସି-ପିଇଆର-୦୦୩୪-୨୦୨୫ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ ଯେ ୧୯୭୯ ମସିହାଠାରୁ ଓଡ଼ଗାଁ କଲେଜରେ ଯୁକ୍ତ ୨ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ୨୦୦୪ ପର‌୍ୟ୍ୟନ୍ତ ଏହା ଚାଲିଥିଲା। ସ୍ୱଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନାମଲେଖା ଯୋଗୁଁ ଏହା ୨୦୦୫ ମସିହାଠାରୁ ବନ୍ଦ ରହିଥିଲା। ଯାହା ଫଳରେ ବାଣିଜ୍ୟ ପାଠ୍ୟକ୍ରମ ପଢିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ନିରାଶ ହେବା ସହ ବହୁ ଦୂରଦୂରାନ୍ତକୁ ଗମନ କରୁଥିଲେ। ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ଦୀର୍ଘ ୨୦ ବର୍ଷ ପରେ ନୂତନ କରି ଯୁକ୍ତ ୨ ବାଣିଜ୍ୟ ବିଭାଗ ଖୋଲିବା ଖବର ପ୍ରସାରିତ ହେବା ପରେ କଲେଜ କର୍ତ୍ତୃପକ୍ଷ ଓ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!