ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ଥାନା ମାମଲା ନମ୍ବର ୧୫୫/୨୦ ଚୋରୀ ଅଭିଯୋଗରେ ଓଡ଼ଗାଁ ପଲିସ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଜାମିନି ଖାରଜ ହେବାରୁ ସେ ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଗଡେଇବନ୍ଦ ଗ୍ରାମର ଅମୁଲ୍ୟ ନାୟକ(୨୮) ଏବଂ ପ୍ରସନ୍ନ ନାୟକ(୨୬) । ଜୁଲାଇ ୨ ତାରୀଖ ରାତିରେ ଦୋକାନରୁ ଶାଢୀ ଚୋରୀ ହୋଇଥିବା ନେଇ ଦୋକାନୀ ରତିକାନ୍ତ ସାହୁ ୩ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲେ । ଆଜି ସକାଳେ ଅଭିଯୁକ୍ତ ଦୁହିଁକୁ ଗିରଫ କରିବା ସହିତ ସେମାଙ୍କ ଠାରୁ ୨୫ଖଣ୍ଡ ଶାଢୀ ସହିତ ଗୋଟିଏ କଲର ଟିଭି ଜବତ କରିଛନ୍ତି । ତେବେ ଆବଶ୍ୟକ ଦୃଷ୍ଟିରୁ ଅଧିକ ତଦନ୍ତ ଚାଲୁ ରହିଥିବା ଜଣାଯାଇଛି ।






