ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ୨୦୧୧ ବ୍ୟାଚ୍ ର ଓ.ଇ.ଏସ୍ ଅଫିସର ଡ.ବସନ୍ତ କୁମାର ନାୟକ ଓଡ଼ିଶା ଶିକ୍ଷା ସେବା-୨ (ବିଦ୍ୟାଳୟ ବିଭାଗ) ରୁ ଓଡ଼ିଶା ଶିକ୍ଷା ସେବା-୧(କନିଷ୍ଠ) କୁ ପଦୋନ୍ନତି ପାଇ ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ରୂପେ ପୁନଃ ଅବସ୍ଥାପିତ ହୋଇ ନୂତନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲା ରେ ଡ଼.ନାୟକ ଏକମାତ୍ର ବରିଷ୍ଠ BEO ଭାବରେ ଯୋଗଦାନ କରିଥିବାରୁ ଓଡ଼ଗାଁ ମଣ୍ଡଳର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଡ଼ ନାୟକ ଙ୍କ ଠାରୁ ଅଧିକ ଶିକ୍ଷା ସେବା ପାଇବା ର ଆଶାରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନଙ୍କ ତରଫରୁ ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ଶ୍ରୀ ନାୟକ ଙ୍କୁ ସ୍ଵାଗତ ଜଣାଇଥିଲେ ।






