ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଅଚଳବସ୍ଥା ସୃଷ୍ଟି ହୋଇଥିବା ବେଳେ ଦୁଇ ଜଣ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବାକୁ ଅମଙ୍ଗ ହୋଇଥିବା କଥା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ବସନ୍ତ କୁମାର ନାୟକଙ୍କୁ ଡିଇଓ ଦାୟିତ୍ୱ ଦେଇଥିବା ଜଣାଯାଇଛି । ଏଥିସହିତ ତାଙ୍କୁ ଅର୍ଥନୈତିକ ବ୍ୟବସ୍ଥାର ଦାୟିତ୍ୱ ମଧ୍ୟ ଦିଆଯାଇଥିବା ଜଣାଯାଇଛି ।






