ଓଡ଼ଗାଁ, (ବାଘୁଆବାର୍ତ୍ତା) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ଗାଁ ବ୍ଲ୍ୱକ ପ୍ରଶାସନ ଦ୍ୱାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ ପ୍ରକ୍ରିିୟା ଓ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅନୁଷ୍ଠିତ ଏହି ଅଭିଯାନରେ ଅସ୍ଥିଶଲ୍ୟ ବିଭାଗରେ ୩୧୩, ଦୃଷ୍ଟିବାଧିତ ୭୫, ଶ୍ରବଣ ଓ ବାକ୍ ବାଧିତ ୧୧, ମାନସିକ ଅନଗ୍ରସର ୭୮ ଏବଂ ଭେଷଜ ବିଭାଗରେ ୧୮ ଏହିପରି ମୋଟ ୬୦୩ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା । ଡା. ବୈଦ୍ୟନାଥ ନନ୍ଦ, ପ୍ରସନ୍ନ ପ୍ରସାଦ ସାହୁ, ପିତବାସ ନାୟକ, ଏବଂ ଡାକ୍ତର ଶତୃଘ୍ନ ନାୟକ ଯଥାକ୍ରମେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିଥିଲେ । ତେବେ ଅସ୍ଥିଶଲ୍ୟ ବିଭାଗରେ ପଞ୍ଜିକୃତ ହୋଇଥିବା ସର୍ବାଧିକ ୩୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ବାର୍ଦ୍ଧକ୍ୟ ଜନିତ ଏବଂ ପାରାଲିସିସ୍ କାରଣ ପାଇଁ ଭିନ୍ନକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ୫/୭ ବର୍ଷରୁ କମ୍ ବୟସର ଆସିଥିବା ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରେ ପୋଲିଓ ରୋଗର ଲକ୍ଷଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥରବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ମିନୀ ପ୍ରଧାନ, ନିଳମାଦବ ମିଶ୍ର, ରଘୁନାଥ ସାହୁ ସହଯୋଗ କରିଥିଲେ ।





