Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ-ସୁରଭି

by ସଞ୍ଜୟ ସ୍ୱାଇଁ
November 7, 2019
in Sports, State
58
VIEWS
Share on FacebookShare on Twitter

ଜିଲ୍ଲା ସ୍ତରକୁ ମନୋନୀତ ହେଲେ ୩୮ ଛାତ୍ରଛାତ୍ରୀ

ନୟାଗଡ଼, ୭ା୧୧(ବାଘୁଆବାର୍ତ୍ତା ବ୍ୟୁରୋ) : ଓଡଗାଁ ବ୍ଲକ ଅନ୍ତର୍ଗତ ଜବାହାରଲାଲ ନୋଡାଲ ବିଦ୍ୟାପୀଠ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି କ୍ଲଷ୍ଟରର ୧୦୨ବିଦ୍ୟାଳୟରୁ ୩୪୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗରେ ୧୭ଗୋଟି ପ୍ରତିଯୋଗିତା ସହ ଗ୍ରୁପ୍ ଡ୍ୟାନ୍ସ ଦଳଗତ ପ୍ରତିଯୋଗିତା ହୋଇଥିଲା । ବରିଷ୍ଠ ବିଭାଗରେ ୧୪ଜଣ, କନିଷ୍ଠ ବିଭାଗରେ ୧୨ଜଣ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବିଭାଗରେ ୪ଜଣ, ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ପ୍ରତିଯୋଗିତାରେ ୨ଜଣ ଓ ଗ୍ରୁ୍ପ୍ ଡ୍ୟାନ୍ସରେ ଗୋଟିଏ ଗ୍ରୁପର ୬ଜଣ ମୋଟ ୩୮ଜଣ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ପାଇଁ ମନୋନୀତ ହୋଇଛନ୍ତି । ନିର୍ମଳଚନ୍ଦ୍ର ଶୁରଦେଓ, ଦେବେନ୍ଦ୍ର ପରମଗୁରୁ, ଇଂ ପଦ୍ମନାଭ ପରିଡା, ନିଳିମା ନନ୍ଦ, ଶ୍ରାବଣୀ ପରମଗୁରୁ ଅରବିନ୍ଦ ବାରିକ ବିଚାରକ ଥିଲେ । ବିଦ୍ୟାପୀଠର ପ୍ରଧାନଶିକ୍ଷକ ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ଶିବଶଙ୍କର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ବିଆରସିସି ଦ୍ୱିଜରାଜ ନାୟକ, ବ୍ଲକ ଅଧ୍ୟକ୍ଷା ମମତା ବେହେରା,ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ସରପଂଚ ଶ୍ୱେତାଲୀନା ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ । ଉଦ୍ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ନାୟକ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଦାଶିବ ପାତ୍ର,ଭାଗ୍ୟଲତା ଦାଶ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ରଂଜନ କୁମାର ଦାଶ, ଗୋଦାବରୀ ବସନ୍ତିଆ ଓ ସମସ୍ତ ସିଆରସିସି ମଂଚ ପରିଚାଳନା କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!