Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଭୋଟର୍‌ ତାଲିକା, ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଓସିଏ ନିର୍ବାଚନ

by ସଞ୍ଜୟ ସ୍ୱାଇଁ
October 12, 2022
in Sports, State
ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଭୋଟର୍‌ ତାଲିକା,  ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଓସିଏ ନିର୍ବାଚନ
97
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓସିଏ ନିର୍ବାଚନ ଅଧିକାରୀଙ୍କ ତରଫରୁ ଭୋଟର୍‌ ତାଲିକା ପ୍ରକାଶ ପାଇଛି । ତେବେ ନିର୍ବାଚନ ଲଢେଇରେ ଓସିଏର ବର୍ତ୍ତମାନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଗତଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିପକ୍ଷ ଗୋଷ୍ଠୀର ନବ ରଞ୍ଜନ ପଟ୍ଟନାୟକ, ପ୍ରଦୀପ ଚୌହ୍ୱାନଙ୍କ ଭଳି ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଶୁଣାଯାଉଛି, ନବ ରଞ୍ଜନ ଏଥର ସଭାପତି ଆସନ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ପ୍ରଦୀପ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ତେବେ ଏ ସବୁ ଭିତରେ ଭୋଟର ତାଲିକାରେ ଆସିଥିବା ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ଏବେ ମାହୋଲ ସରଗରମ ହୋଇଛି । ନୂଆ ସମ୍ବିଧାନ ଓ ବିଧିବ୍ୟବସ୍ଥାକୁ ନେଇ ୨୦୧୯ ମସିହାରେ ଓସିଏରେ ଏକ ରୋମାଞ୍ଚକର ନିର୍ବାଚନ ହୋଇଥିଲା । ଗୋଟିଏ ଗୋଷ୍ଠୀରେ ବିଶିଷ୍ଟ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି, ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଯଥାକ୍ରମେ ସଭାପତି ଓ ସମ୍ପାଦକ ପଦବିରେ ନିର୍ବାଚନକୁ ଓହ୍ଲାଇଥିବା ବେଳେ ପ୍ରତିପକ୍ଷ ପ୍ୟାନେଲରେ ଥିଲେ ପ୍ରଦୀପ ଚୌହ୍ୱାନ ଓ ନବ ପଟ୍ଟନାୟକ । ତେବେ ମାତ୍ର ୩ଟି ଭୋଟ୍‌ରେ ପ୍ରଦୀପ ହାରିଥିବାବେଳେ ନବ ପଟ୍ଟନାୟକ ମଧ୍ୟ ନିର୍ବାଚନରେ ସଫଳ ହୋଇପାରିନଥିଲେ । ସେ ସମୟରେ ଅନେକ କ୍ଲବ୍‌ ଓ ଜିଲ୍ଲା ଭୋଟର ପ୍ରଦୀପ-ନବଙ୍କ ପଛରେ ଥିଲେ । ଏହାସହ ପୂର୍ବରୁ ଆଶୀର୍ବାଦଙ୍କ ପ୍ୟାନେଲରେ ରହି ଓସିଏର ବିଭିନ୍ନ ପଦପଦବିରେ ରହି କାର୍ୟ୍ୟ କରିସାରିଥିବା ବହୁ କର୍ମକର୍ତ୍ତା ପ୍ରଦୀପ-ନବଙ୍କୁ ସହଯୋଗ କରିଥିଲେ । ଏହାସତ୍ତେ୍ୱ ପଙ୍କଜ-ସଞ୍ଜୟଙ୍କ ପ୍ୟାନେଲ୍‌ ଜିତିଥିଲା । ନୂଆ ଟିମ୍‌ ଭାବେ ଏହି ପ୍ୟାନେଲ୍‌ ୩ ବର୍ଷ ପାଇଁ ନିର୍ବାଚିତ ହୋଇ କାର୍ୟ୍ୟଭାର ଗ୍ରହଣ କରିଥିଲେ । ଏଭିତରେ ୩ ବର୍ଷ ବିତିଥିବା ବେଳେ ପୁଣି ନିର୍ବାଚନ ମାହୋଲ ଜମିଲାଣି । ଆସନ୍ତା ୨୮ରେ ହେବାକୁ ଥିବା ଓସିଏ ନିର୍ବାଚନରେ ଏଥର ‘ପାୱାର ପଲିଟିକ୍ସ’ ବା କ୍ଷମତା ରାଜନୀତିର ଆଭାସ୍‌ ମିଳିଲାଣି । ଯଦିଓ ପ୍ରତ୍ୟକ୍ଷ ଭାବେ କ୍ଷମତାଧାରୀଙ୍କ ମଧ୍ୟରେ ଟକ୍କର ହେବନାହିଁ, ତଥାପି ଓସିଏ ନିର୍ବାଚନରେ ରାଜନୈତିକ ଶକ୍ତିଙ୍କ ପ୍ରବେଶ ମାହୋଲକୁ ସରଗରମ କଲାଣି। ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି । ୨୦୧୯ ଭୋଟର ତାଲିକା ଏବଂ ଚଳିତ ବର୍ଷର ଭୋଟର ତାଲିକା ମଧ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୯ରେ ବୌଦ୍ଧ ଜିଲ୍ଳାରୁ ପ୍ରତିନିଧିତ୍ୱ କରିଥିବା ପଙ୍କଜ ଲୋଚନ ମହାନ୍ତି ଏଥର କଟକ ଜିଲ୍ଲାରୁ ଭୋଟର୍‌ ଭାବେ ଓସିଏକୁ ଆସିଛନ୍ତି । ସଞ୍ଜୟ ବେହେରା ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌, ଆଶୀର୍ବାଦ ବେହେରା ଜୟ ଦୁର୍ଗା କ୍ଲବ୍‌, ସନ୍‌ସାଇନ୍‌ କ୍ଲବ୍‌ ତରଫରୁ ନବକିଶୋର ପଟ୍ଟନାୟକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଜଗତସିଂହପୁରରୁ ଅନିଲ କୁମାର ବିଶ୍ୱାଳ, ୟୁନିୟନ୍‌ ସ୍ପୋର୍ଟିଂ ତରଫରୁ ପ୍ରଦୀପ ଚୌହ୍ୱାନ, ସନ୍‌ରାଇଜ କ୍ଲବ୍‌ରୁ ତଡିତ କୁମାର ରାଉତଙ୍କ ନାଁ ଚର୍ଚ୍ଚାରେ ରହିଛି । ଏମାନଙ୍କ ମଧ୍ୟରୁ ଆଶୀର୍ବାଦ, ପ୍ରଣବ ଓ ପ୍ରଦୀପ କୌଣସି ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାପଡିଛି । ତେବେ ନବ ପଟ୍ଟନାୟକଙ୍କ ପ୍ୟାନେଲ୍‌ ତରଫରୁ ବିଜେଡି ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି ଏଥର ଓସିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଶୁଣାଯାଇଥିବାରୁ ସଞ୍ଜୟଙ୍କ ପ୍ୟାନେଲ୍‌ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏରେ ଏଣ୍ଟ୍ରି କରାଇଛି । ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ କ୍ଲବ୍‌ ତରଫରୁ ବିଶ୍ୱଜିତ୍‌ଙ୍କୁ ଓସିଏକୁ ପଠାଇବାକୁ ଯୋଜନା କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଅଙ୍କ ବିଗିଡିଗଲା । ଯାହାଫଳରେ ବିଶ୍ୱଜିତ୍‌ ଓସିଏକୁ ପ୍ରତିନିଧିତ୍ୱ କରିପାରିନଥିଲେ । ତେବେ ୭୩ ଜଣିଆ ଏହି ଭୋଟର ତାଲିକାକୁ ନେଇ ୧୨ ଓ ୧୩ତାରିଖରେ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ, ୨୨ରେ ତାଲିକା ପ୍ରସ୍ତୁତ କରାଯାଇ ଅଭିଯୋଗ ଶୁଣାଣି କରାଯିବ । ୨୩ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ୨୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!