Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲେ ଓସିଏ କୋଚ୍, ମୋଙ୍ଗିଆଙ୍କ ସ୍ଥାନରେ ସୁରେନ୍ଦ୍ର ଭାବେ

by ସଞ୍ଜୟ ସ୍ୱାଇଁ
April 18, 2024
in Sports, State
ବଦଳିଲେ ଓସିଏ କୋଚ୍, ମୋଙ୍ଗିଆଙ୍କ ସ୍ଥାନରେ ସୁରେନ୍ଦ୍ର ଭାବେ
48
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପୁଣି ବଦଳିଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍। ମାତ୍ର ଗୋଟିଏ ସିଜିନ ପରେ କୋଚ ପଦବୀ ଛାଡିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଦଳର ନୂତନ କୋଚ୍। ଲକ୍ଷାଧିକ ଟଙ୍କା ବ୍ୟୟରେ ଦିନେଶଙ୍କୁ କୋଚ୍ କରିଥିଲା ଓସିଏ। ତେବେ ଦିନେଶ କୋଚ ଦାୟିତ୍ୱ ନେବାପରେ ଓଡିଶା ଟିମ୍ ଟି- ଟ୍ୱେଣ୍ଟି, ୱାନଡେ, ରଣଜୀରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଗତ ୨୭ ଅପ୍ରେଲ ୨୦୨୩ରେ ଦିନେଶ ଓସିଏର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ।ମୋଙ୍ଗିଆଙ୍କ ପ୍ରଦର୍ଶନକୁ ଦେଖି ତାଙ୍କ ସହ ହୋଇଥିବା ଚୁକ୍ତିକୁ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଥିଲା ଓଡ଼ିଶା କ୍ରିକେଟ ଆସୋସିଏଶନ । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କୁ ଏହି ପଦରେ ଅବସ୍ଥାପିତ ଓସିଏ । ୨-୨୪-୨୫ ବର୍ଷ ପାଇଁ ବିସିସିଆଇର ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ ।ପୂର୍ବରୁ ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ଆସୋସିଏଶନର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି ସୁରେନ୍ଦ୍ର । ଦିନେଶ ମୋଙ୍ଗିଆଙ୍କ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକାଳ ଶେଷ ହେବାପରେ ଓସିଏର CAC (କ୍ରିକେଟ ପରାମର୍ଶ କମିଟି)ର ନିର୍ଦ୍ଦେଶକ୍ରମେ ଭାବେଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଏହି ପଦ ନିମନ୍ତେ ୧୦ରୁ ଊର୍ଦ୍ଧ୍ୱ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ । ଦିନେଶଙ୍କ ପୂର୍ବରୁ ମାଇକେଲ ବେଭାନ, ଭେଙ୍କଟପତି ରାଜୁ, ବଲବିନ୍ଦର ସିଂ ସାନ୍ଧୁ, ସବା କରିମ, ୱାସିମ ଜାଫରଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ କୋଚ୍ କରିଥିଲା ଓସିଏ । ହେଲେ ମାତ୍ର କିଛି ଦିନ ରହିବା ପରେ ସେମାନେ ମଧ୍ୟ ହଠାତ କୋଚ୍ ପଦ ଛାଡିଥିଲେ। ଗତବର୍ଷ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ତାଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ୱ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ । ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍‌ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଥିଲେ । ମୋଙ୍ଗିଆ ଓଡିଶା କ୍ରିକେଟ ପାଇଁ ଘରୋଇ ସିଜିନ୍‌ରେ ସଫଳତା ଆଣିଦେବେ ବୋଲି ଓସିଏ ଆଶା ରଖିଥିଲା । ହେଲେ ଗତ ସିଜିନ୍‌ରେ ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲା । ଏହାପରେ ମୋଙ୍ଗିଆଙ୍କ ଚୁକ୍ତିକୁ ଆଉ ବୃଦ୍ଧି ନ କରି ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କ ଉପରେ ଭରସା ପ୍ରକଟ କରିଛି ଓସିଏ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!