Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓବିସି ସଂରକ୍ଷଣ ଏକ ଧୋକା ଓ ପ୍ରବଞ୍ଚନା : ଅରୁଣ

by ସଞ୍ଜୟ ସ୍ୱାଇଁ
May 16, 2025
in State
ଓବିସି ସଂରକ୍ଷଣ ଏକ ଧୋକା ଓ ପ୍ରବଞ୍ଚନା : ଅରୁଣ
74
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସରକାରଙ୍କ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ସାମ୍ଵାଦିକ ସମ୍ମିଳନୀରେ କଟୁ ସମାଲୋଚନା କଲା ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ । ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି । ‘ଓବିସି ସଂରକ୍ଷଣ ଏକ ଧୋକ୍କା ଓ ପ୍ରବଞ୍ଛନା’ । ଗତ ବିଧାନସଭାରେ ବିଜେଡି ଏନେଇ ସରକାରଙ୍କୁ ଘେରିଥିଲା । ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଚାପରେ ସରକାର ନଇଁଛନ୍ତି । ଆଗାମୀ ୨୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଅନୁଷ୍ଠିତ ହେବ । ମେଡିକାଲ, ଇଞ୍ଜିନିୟରିଂରେ ସଂରକ୍ଷଣ ନଦେବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ଜୁନ୍ ୧୨ ତାରିଖକୁ ବିଜେପି ସରକାରକୁ ବର୍ଷେ ପୁରୁଛି । ସଂରକ୍ଷିତ ବର୍ଗଙ୍କ ପାଇଁ କିଛି କରିନାହାନ୍ତି ସରକାର । ଲୋକଙ୍କୁ ଦେଖାଇବା ପାଇଁ କ୍ୟାବିନେଟରେ ର, ବ, ଟ, କ, ଖ କରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ । ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳିବା ଆବଶ୍ୟକ । ସେ ଦିଗରେ ସରକାର ନିଷ୍ପତ୍ତି କାହିଁକି ନେଲେନି ? ବିଜେଡି ପଛୁଆବର୍ଗଙ୍କ ପାଇଁ ଉଚ୍ଚଶିକ୍ଷା ସମେତ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି । ଏହାର ଅର୍ଥ ସରକାର ଚାହୁଁନାହାନ୍ତି ପଛୁଆବର୍ଗ ଡାକ୍ତର ଓ ଇଞ୍ଜିନିୟର ହୁଅନ୍ତୁ । ଏହା ବିରୋଧରେ ବିଜୁ ଜନତା ଦଳ ଦୁର୍ବାର ଆନ୍ଦୋଳନ କରିବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!