ନୟାଗଡରେ ଡାକ୍ତର, ଭୁବନେଶ୍ଵରରେ ଓଏଏସଙ୍କୁ ମାଡ଼
ନୟାଗଡ଼, (ବାଘୁଆବାର୍ତ୍ତା): ସରକାରଙ୍କ ପାଖରୁ କର୍ମଚାରୀଙ୍କର ଭରଷା ତୁଟି ଗଲାଣି l ନୂଆ ସରକାରର ଶାସନରେ ଆଇନ୍ ସେବା ବିପର୍ଯ୍ୟସ୍ତ l ମାସେ ତଳେ ନୟାଗଡର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ଡାକ୍ତରଙ୍କ ଉପରେ ମାଡ଼ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଛାତି ଉପରେ ଥିବା ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ କମିଶନର(ଓଏଏସ) ଙ୍କୁ ମାଡ଼ ମାରିବା ଭଳି ଦୃଶ୍ୟ ରାଜ୍ୟବାସିଙ୍କୁ ଚକିତ କରିଛି l ଯାହାକୁ ନେଇ ନୟାଗଡ ଜିଲ୍ଲା ଓଏଏସ୍ ସଂଘ l କଳାବ୍ଯାଚ ପରିଧାନ କରି କାର୍ଯ୍ଯବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ରାଜ୍ଯ ଓଏଏସ୍ ସଂଘର ନିଷ୍ପତ୍ତିକୁ ନିନ୍ଦା କରିବା ସହ ନୂତନ ସଂଘ ଗଠନର ଆବଶ୍ଯକତା ରହିଥିବା କହିଲେ ନୟାଗଡ ଓଏଏସ୍ ସଂଘ ସଭାପତି ଏଡିଏମ୍ ରୋଜିନା ଦାସ । ଗତକାଲି ଭୁବନେଶ୍ଵର ବିଏମସି କାର୍ଯ୍ଯାଳୟରେ ଜନଶୁଣାଣୀ ଚାଲିଥିବା ସମୟରେ ଜଣେ ଓଏଏସ୍ ଅଫିସରଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା ତାହାକୁ କଡା ଭାଷାରେ ନିନ୍ଦା କରିଛି ନୟାଗଡ ଓଏଏସ ସଂଘ । ରାଜ୍ଯ ସଂଘ ଏଥିପାଇଁ ପ୍ରଥମେ କାର୍ଯ୍ଯବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ ମଧ୍ଯ ପରବର୍ତ୍ତୀ ସମୟରେ ଆନ୍ଦୋଳନରୁ ଓହରିଯିବା ନିଷ୍ପତ୍ତିକୁ ନୟାଗଡ ସଂଘ ନାପସନ୍ଦ କରିଛି । ଆଜି ଜିଲ୍ଲାର ସମସ୍ତ ଓଏଏସ ମାନେ ଏକାଠି ହୋଇ କଳାବ୍ଯାଚ ପରିଧାନ କରି କାର୍ଯ୍ଯବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ଯ ସଂଘର କର୍ମକର୍ତ୍ତାଙ୍କ ମନମାନିକୁ ନୟାଗଡ ସଂଘ ନିନ୍ଦା କରିବା ସହ ଆଗାମୀ ଦିନରେ ନୂତନ ସଂଘ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନୟାଗଡ ଜିଲ୍ଲା ସଭାପତି ରୋଜିନା ଦାସ ପ୍ରକାଶ କରିଛନ୍ତି।






