Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
August 29, 2025
in Feature News
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ
57
VIEWS
Share on FacebookShare on Twitter

ମୃଦଙ୍ଗ ବଜାଇ ହଜାର ହଜାର ଗଢ଼ିଛନ୍ତି ଶିଷ୍ୟ  

ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟି ଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ସଦର ବ୍ଲକ୍ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ  ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ଏବଂ ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ ସମ୍ରାଟର ମୁକୁଟ ପିନ୍ଧି ସାଲୁଣୀ ଗାଁକୁ ପରିଚିତ କରାଇବାରେ ଯୋଦ୍ଧା ପାଲଟିଥିଲେ। ଗାୟକ କେଶରୀ ସ୍ଵର୍ଗତ ମିଶ୍ରଙ୍କ ସହ ୨୫ବର୍ଷ କାର୍ଯକରି ଆସୁଥିଲେ।

ବୟସର ଅପରାହ୍ନ ଯୋଗୁଁ ପାଲା ଜଗତରୁ ଅବସର ନେଲେ ସତ କିନ୍ତୁ ରାଜ୍ୟ ବିଭିନ୍ନ କୋଣ ଅନୁକୋଣରେ ମୃଦଙ୍ଗ ବାଦକ ଶିଷ୍ୟ ତିଆରି କରି ସାଲୁଣୀ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇଛନ୍ତି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ପୁଅ ବୋହୂଙ୍କ ପାଖରେ ରହିଆସୁଥିଲେ। ତେବେ ଜୁଲାଇ ୧୪ତାରିଖ ସକାଳ ୬.୦୫ ମିନିଟ୍ ସମୟରେ ପାଲା ଜଗତର ମୃଦଙ୍ଗର ବାଦସାହା ଗୋବର୍ଦ୍ଧନ ବେହେରା (୮୬) ବୟସରେ ଇହଲୀଳା ତ୍ୟାଗ କରିଥିଲେ। ସ୍ଵର୍ଗତ ବେହେରାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଗଲା, ଏମିତିକି ପାଲା ଜଗତ ଏକ ହୀରାକୁ ହରାଇ ଦେଲା ବୋଲି ପାଲା ଗାୟକ ଓ ବାୟକ ମାନେ ପରିପ୍ରକାଶ କରିଛନ୍ତି। ମୃଦଙ୍ଗ ବାଦକ ବାଦସାହା ସ୍ଵର୍ଗତ ବେହେରାଙ୍କ ମୃତ ଶରୀରକୁ ନାମ ସଙ୍କୀର୍ତ୍ତନ କରି ଗ୍ରାମ ପରିଭ୍ରମଣ କରି ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ ସମ୍ପର୍ନ୍ନ କରିଥିଲେ। ଉକ୍ତ ସମୟରେ ପୁଅ ନନ୍ଦକିଶୋର ବେହେରା, ଉମେଶ ଚନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ବେହେରା ଓ ସାନ ପୁଅ ନିରଞ୍ଜନ ବେହେରା, ନାତି ନାତୁଣୀ, ଜ୍ବାଇଁ ଓ ସ୍ଵର୍ଗତ ବେହେରାଙ୍କ ଶୁଭେଚ୍ଛୁ, ଶିଷ୍ୟମାନେ ଉପସ୍ଥିତ ଥିଲେ। ବଡ଼ ପୁଅ ରବିନ୍ଦ୍ର ବେହେରା (ବାବୁଲା) ମୁଖାଗ୍ନୀ ଦେଇଥିଲ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!