ନୟାଗଡ଼, (ବାଘୁଆବାର୍ତ୍ତା) : କାର୍ଯ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡିର ଡେପୁଟି କଲେକ୍ଟର ଅନିଶା ଦାସ ନିଲମ୍ବିତ ହୋଇଛନ୍ତି। ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରକାଶ ଥାଉକି, ଅନିଶା ଏହା ପୂର୍ବରୁ ବେତନଟୀ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବଡସାହି ଅଞ୍ଚଳର ଜଣେ ଟ୍ରକ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲା। ଏପରିକି ତାଙ୍କୁ ଧମକଚମକ ଦେଇ ଟ୍ରକରେ ଥିବା ୬ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ କରିଥିଲେ ଟ୍ରକ ମାଲିକ । ଅନ୍ୟପକ୍ଷରେ ଲାଞ୍ଚ ମାଗିବା କଥାକୁ ଡେପୁଟି ତହସିଲଦାର ଅନିଶା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମାଫିଆମାନେ ତାଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି।





