Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ବନପାଳଙ୍କୁ ମିଳିଲା ଝାନସିରାଣୀ ଲକ୍ଷ୍ମୀବାଇ ଆୱାର୍ଡ଼

by ସଞ୍ଜୟ ସ୍ୱାଇଁ
January 28, 2025
in Feature News, Nayagarh
ଓଡ଼ଗାଁ ବନପାଳଙ୍କୁ ମିଳିଲା ଝାନସିରାଣୀ ଲକ୍ଷ୍ମୀବାଇ ଆୱାର୍ଡ଼
248
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): କିଛିଦିନ ଧରି ଚର୍ଚ୍ଚାରେ ଥିବା ନୟାଗଡ ବନଖଣ୍ଡ ଓଡ଼ଗାଁ ବନପାଳ ସରିତା ବରାଳ ଆଉ ଏକ ଉପାଧି ହାସଲ କରିଛନ୍ତି। ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଝାନସିରାଣୀ ଲକ୍ଷ୍ମୀବାଇ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବନପାଳ ଶ୍ରୀମତୀ ବରାଳ ତାଙ୍କ କାର୍ଯ୍ୟକାଳ ସମୟରେ କାଠ ମାଫିଆଙ୍କୁ ସାବାଡ କରି ଜେଲରେ ପୁରାଇବା, ଶିକାରୀମାନଙ୍କୁ ଗୋଡେଇ ଗୋଡେଇ ଧରିବା ଓ ବିଭିନ୍ନ ସ୍ଥାନରେ ଚଢାଉ କରି କାଠ ଜବତ କରିବାରେ ବେଶ ପାରଙ୍ଗମ।ତାଙ୍କର ଏଭଳି ପଦକ୍ଷେପ ପାଇଁ ତାଙ୍କୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ କରାଯାଇଛି।ତାଙ୍କୁ ଏବେ ଓଡ଼ଗାଁ ବନାଞ୍ଚଳରେ ଅବସ୍ଥାପିତ କରାଯାଇଛି।କିଛିଦିନ ତଳେ ଦୁର୍ଗମ ଜଙ୍ଗଲରେ ପଶି ଶିକାରୀଙ୍କୁ କାବୁ କରିବା ସହିତ ଦେଶୀ ବନ୍ଧୁକ ଜବତ କରିଛନ୍ତି।ତାଙ୍କର ଏଭଳି ସାହସିକତା ପାଇଁ ଝାନସିରାଣୀ ଲକ୍ଷ୍ମୀବାଇ ଆୱାର୍ଡ଼ ପ୍ରଦାନ କରାଯାଇଛି।

ଗତକାଲି ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଓମେନ କନକ୍ଲେଭ ଉତ୍ସବରେ ଶ୍ରୀମତୀ ବରାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ତାଙ୍କୁ ନାଚୁରାଲ ୟୁଥ ଇଭର ଗ୍ରୀନର ପ୍ରେସିଡେଣ୍ଟ ଡ଼. ପ୍ରକାଶ ଚନ୍ଦ୍ର ଜେନା, ଭାଇସ ପ୍ରେସିଡେଣ୍ଟ ଡ଼. ମିଲି ପାଣିଗ୍ରାହୀ, ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ବରାଳଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶ୍ରୀମତୀ ବରାଳଙ୍କୁ ଚୟନ କରାଯାଇଥିଲା।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!