Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚମକାଇ ଦେଲେ ଫାଲଗୁନୀ:ଅଳ୍ପଦିନରେ କଂପାନୀ ମାଲେମାଲ୍

by ସଞ୍ଜୟ ସ୍ୱାଇଁ
November 11, 2021
in Business, State
ଚମକାଇ ଦେଲେ ଫାଲଗୁନୀ:ଅଳ୍ପଦିନରେ କଂପାନୀ ମାଲେମାଲ୍
133
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଳ୍ପଦିନରେ କଂପାନୀ ବନିଗଲା ମାଲେମାଲ୍ । ସାଉଁଟିଲା ସଫଳତା । ସଫଳତା ଶୀର୍ଷରେ ପହଞ୍ଚାଇଲେ ସିଇଓ ଫାଲଗୁନୀ ନାୟାର । ତାଙ୍କ ପରିଚାଳିତ ଫେସନ ଏବଂ ଇ-କମର୍ସ ଭେଞ୍ଚର ସେୟାର ବଜାରରେ ଧମକାଦାର ଲିଷ୍ଟରେ ସାମିଲ ହୋଇଛି। ଫଳରେ ଫାଲଗୁନି ବିଶ୍ୱର ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ବୁଧବାର ଷ୍ଟକ ଏକ୍ସଚେଞ୍ଚରେ ଚାର ଚାନ୍ଦ ଲଗାଇଥିବା ଫାଲଗୁନିଙ୍କ କଂପାନି ୬୫୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ ହୋଇଯାଇଛନ୍ତି । ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଫାଲାଗୁନିଙ୍କ ଷ୍ଟାର୍ଟ ଅପ କମ୍ପାନୀ ଷ୍ଟକ ବଜାରରେ ବିରଳ ସଫଳତା ହାସଲ କରିଛି। ବ୍ୟାଙ୍କ ଚାକିରି ଛାଡ଼ି ନାୟାର ଷ୍ଟାର୍ଟଅପ କମ୍ପାନୀ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭର ମାତ୍ର ଅଳ୍ପ ଦିନରେ ଦେଶର ବିତ୍ତଶାଳୀ ମହିଳା ହୋଇପାରିଛନ୍ତି ଫାଲଗୁନି । ୫୦ ବର୍ଷରେ ପାଦ ଥାପିବା ପୂର୍ବରୁ ୨୦୧୨ରେ ଫାଲଗୁନି ଇ-କମର୍ଷ ପ୍ଲାଟଫର୍ମ ଆରମ୍ଭ କରିଥିଲେ। ମୋବାଇଲ ଆପ ଏବଂ ୱେବସାଇଟ୍ ଜରିଆରେ ଫାଲଗୁନି ବ୍ୟୁଟି ଏବଂ ପର୍ସନାଲ କେୟାର ପ୍ରଡକ୍ଟ ବିକ୍ରି ଆରମ୍ଭ କରିଥିଲେ। ଖୁବ୍ କମ ଦିନରେ ସଫଳତାର ଶିଖରକୁ ଛୁଇଁପାରିଥିବା ଫାଲଗୁନି କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ଥିକ ଶସକ୍ତ ପାଇଁ ଅଧିକ ସୁଯୋଗ ଦିଆଯିବା ଉଚିତ। ସେମାନଙ୍କୁ ସୁଯୋଗ ମିଳିଲେ ମୋ ଭଳି ଅନେକ ମହିଳା ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!