ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ନ୍ୟାୟ ମାଗୁଛନ୍ତି ମହିଳା ଏସଆଇ। ଡିଜିପି କ୍ୟାମ୍ପ ଅଫିସକୁ ଆସି ହେଲେ ଫେରାଦ। ଖଲିକୋଟ ଥାନାରେ ଥିବା ଏସଆଇ ସିଲୁଧଳ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ଆଉ ପରେ ତାଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି। ମିଛିମିଛିକା ବିବାହ ହେଲେ। ହେଲେ ସତସତିକା ଧୋକା ଦେଇ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମହିଳା ଏସଆଇ ଜଣକ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି।





