Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର

by ସଞ୍ଜୟ ସ୍ୱାଇଁ
March 3, 2021
in Feature News
ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର
39
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପୁଷ୍ଟି ହିଁ ସଞ୍ଜୀବନୀ କାରଣ ଏହା ଆମର ପ୍ରାଣଶକ୍ତିକୁ ବଢାଇ ଆମକୁ ସଶକ୍ତ କରିବ ଓ ଏଥିରେ ସମସ୍ତଙ୍କର ଭାଗୀଦାରିତା ର ଆବଶ୍ଯକତା ରହିଛି ବୋଲି ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ରେ ଯୋଗ ଦେଇ ବିଶିଷ୍ଟ ବକ୍ତା ମାନେ ମତ ଦେଇଛନ୍ତି । ରାଜ୍ଯର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ୍‍) ଦ୍ୱାରା ପୋଷଣ ଆତ୍ମନିର୍ଭରଶୀଳତା ଉପରେ ଏକ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ଟିଡିଏଚ୍‍ (ଜି), ବିଏମଜେଡ୍‍, ଦିଶା ଓ କଜ୍‍ ର ସହଯୋଗ ରେ ଭୁବନେଶ୍ୱର ର ପାନ୍ଥନିବାସ ଠାରେ  ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଯୋଗଦେଇ ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧକ୍ଷା ଶ୍ରୀମତୀ ସନ୍ଧ୍ଯାବତୀ ପ୍ରଧାନ କହିଲେ ଯେ ନିରନ୍ତର ବିକାଶ ର କୌଣସି ବିକଳ୍ପ  ନାହିଁ ଓ ଏହାରି ମାଧ୍ଯମରେ ହି ପୋଷଣ ଆତ୍ମ ନିର୍ଭରଶୀଳତା ସମ୍ଭବ ହୋଇପାରିବ । ସେ ଆହୁରି ମଧ୍ଯ କହିଲେ ଯେ ପୁଷ୍ଟି ବଜେଟ୍‍ କରିବାରେ ଓଡିଶା ହିଁ ହେଉଛି ପ୍ରଥମ ରାଜ୍ଯ ଓ ରାଜ୍ଯ ସରକାର ଏଥିପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି ।  ଓଡିଶା ରାଜ୍ଯ ଖାଦ୍ଯ ଆୟୋଗ ର ସଦସ୍ଯା ଡଃ ସିପ୍ରା ମଲ୍ଲିକ କହିଥିଲେ ଜେ  ପୁଷ୍ଟି ସଞ୍ଜୀବନୀ ସଦୃଶ ଓ ଆମ ସମସ୍ତଙ୍କର ଜୀବନ ପାଇଁ ଏହା ବହୁତ ଜରୁରୀ । ରାଜ୍ଯ ସରକାର ଙ୍କ ର ପୋଷଣ ସମ୍ବଧିୟ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଂଚାଇବା ହେଉଛି ଆମର ଦାୟିତ୍ୱ । ରାଜ୍ଯ ସରକାରଙ୍କ ର ମହିଳା ଓ ଶିଶୁ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ରାଜ୍ଯ ସରକାର ଙ୍କ ର ବିଭିନ୍ନ ଯୋଜନା ବିଶେଷ କରି ସୋପାନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ । ପ୍ରାରମ୍ଭରେ ପିକକ୍‍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ପିକକ୍‍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇବାସହ ଉଦ୍‍ଘାଟନୀ ଅଧିବେଶନ କୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ର ର ଦ୍ୱିତୀୟ ଅଧିବେଶନ ରେ ମହିଳା ଓ ଶିଶୁ ବିଭାଗ ର ପରାମର୍ଶଦାତ୍ରୀ ଶ୍ରୀମତୀ ମଧୁମିତା ଦାସ, ରାଜ୍ଯ  ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ, ପୋଷଣ ର ପୁର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ବିଶ୍ୱରଞ୍ଜନ ପଣ୍ଡା ଓ ବୈତରଣୀ ଇନିସିଏଟିଭ ର ରାଜ୍ଯ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ପ୍ରମୁଖ ବିଶେଷଜ୍ଞ ମାନେ ସ୍ଥାନୀୟ ପରିବେଷ ର ଖାଦ୍ଯ ଓ ଏହାର ପୁଷ୍ଟିକର ଉପାଦେୟ, ପୋଷଣ, ସନ୍ତୁଳିତ ଆହାର, ରୋଗପ୍ରତିରୋଧକ ଶକ୍ତି ର ବୃଦ୍ଧି, ସରକାର ଙ୍କ ର ବିଭିନ୍ନ ଯୋଜନା ସମ୍ପର୍କ ରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଅଧିବେଶନ ର ପରିଚାଳନା ସମାଜସେବୀ ଶ୍ରୀଯୁକ୍ତ ବିନାୟକ ସ୍ୱାଇଁ କରିଥିଲେ ।  ଏହି ଆଲୋଚନାଚକ୍ରରେ କୁପୋଷଣ କୁ ଦୂର କରିବା ନିମନ୍ତେ ପ୍ରତିନିଧି ମାନେ ତାଙ୍କର ମତାମତ ପ୍ରକାଶ କରିଥିଲେ। ।  ଏଥିରେ ଓଡିଶା ର ବିଭିନ୍ନ ଜିଲ୍ଲାର ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ । ସେମାନଙ୍କ ମଧ୍ଯରେ ଥିଲେ କୃଷକ୍, ମହିଳା ଗୃପର ସଦସ୍ଯା, ସାମାଜିକ ସଂସ୍ଥାର ସଦସ୍ଯ୍, ସରକାରୀ କର୍ମଚାରୀ ଓ ଶିକ୍ଷାବିତ୍‍ ପ୍ରମୁଖ। ପିକକ୍‍ର ହରିହର ବଳବନ୍ତରାୟ୍, ସମରକୁମାର ଦାସ ଓ ମୋନାଲିସା ପାତ୍ର ପ୍ରମୁଖ ଏହି କାର୍ଯ୍ଯକ୍ରମର ପରିଚାଳନା କରିଥିଲେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!