ଓଡ଼ଗାଁ(ବାଘୁଆବାର୍ତ୍ତା): ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡ଼ଗାଁ ,ତରଫରୁ ଏକ ବୈଠକ ସ୍ଥାନୀୟ ସରକାରୀ ଉ. ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ନାନାଦି କାରଣରୁ ବହୁଦିନ ଧରି ସଂଘର ପୁନର୍ଗଠନ ହୋଇପାରିନଥିଲା ସ୍ଥଳେ ପୂର୍ବତନ ସଭାପତି ବସନ୍ତ ବିଶୋଇଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।ଆଜିର ସଭାରେ ସଂଘର ନୂତନ କର୍ମକର୍ତ୍ତାଗଣ ନିର୍ବାଚିତ ହୋଇଥିଲେ।ସର୍ବସମ୍ମତିକ୍ରମେ ସଭାପତି ରୂପେ ନରେଶ ପାଣିଗ୍ରାହୀ,ସମ୍ପାଦକ ରୂପେ ସୁକାନ୍ତ କୁମାର ସାହୁ ନିର୍ବାଚିତ ହୋଇଥିଲେ।ଉପସଭାପତି ରୂପେ ଜଗନ୍ନାଥ ମିଶ୍ର ,କଳ୍ପନା ପାଣିଗ୍ରାହୀ,ନାରାୟଣ ଡାକୁଆ ,ସହ ସମ୍ପାଦକ ଭାବେ ଜୟକୃଷ୍ଣ ଜେନା ,ପ୍ରଜ୍ଞାପାରମିତା ସାହୁ ,ଯୋଗେଶ୍ୱର ବେହେରା ,କୋଷାଧ୍ୟକ୍ଷ ମହନ୍ତ ସେଠୀ,ସମୀକ୍ଷକ ଭାବେ ରାଜେଶ ଷଡଙ୍ଗୀ, ନୀଳମାଧଵ ମହାରଣା,ମଣିମାଳା ପାଣିଗ୍ରାହୀ ପ୍ରମୁଖ ନିର୍ବାଚିତ ହୋଇଥିବାବେଳେ ଉପଦେଷ୍ଟାମଣ୍ଡଳୀ ସଦସ୍ୟଭାବେ ଜଗମୋହନ ମିଶ୍ର ,ବସନ୍ତ କୁମାର ବିଶୋଇ ,ଦେବାଶିଷ ଦାସ ,ସୁରେଦ୍ର କୁମାର ଷଡଙ୍ଗୀ,ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ବ୍ଲକର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବା ସହ ସଙ୍ଘର ପୁନର୍ଗଠନରେ ସହଯୋଗ କରିଥିଲେ ।ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶିକ୍ଷକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଅଛି।
ନୂତନ କାର୍ଯ୍ୟକର୍ତ୍ତାଗଣ ଆଗାମୀ ଦିନରେ ସଂଘର ନୂତନ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ସଙ୍ଘକୁ ସଠିକ ଭାବେ ପରିଚାଳନା କରାଯିବ ବୋଲି କହିଥିଲେ।






