ଓଡ଼ଗାଁ(ବାଘୁଆବାର୍ତା): ଓଡ଼ଗାଁ ଏନ.ଏ.ସି ରେ ଦୀର୍ଘ ଦିନ ଧରି ଖାଲି ପଡିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଆଜି ପୂରଣ ହୋଇଅଛି ।ସ୍ୱାତୀ ମିଶ୍ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଜି ଓଡ଼ଗାଁ ଏନ.ଏ.ସି କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି ।ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମର ଓ.ଏସ.ଡି (ଅଫିସର ଅନ ସ୍ପେସିଆଲ ଡ୍ୟୁଟି ) ଭାବେ କାର୍ଯ୍ୟରତ ଥିବା ଜଣାପଡିଛି।ଉକ୍ତ ପଦବୀ ପୂରଣ ହେବା ପରେ ଦୀର୍ଘଦିନ ଧରି ଓଡ଼ଗାଁ ଏନ.ଏ.ସି ଅଞ୍ଚଳରେ ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।






