Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୁସରତ୍‌ଙ୍କ ନାଁ କାଟିଲେ ମମତା ଦିଦି

by ସଞ୍ଜୟ ସ୍ୱାଇଁ
March 10, 2024
in NATIONAL NEWS, Politics
ନୁସରତ୍‌ଙ୍କ ନାଁ କାଟିଲେ ମମତା ଦିଦି
124
VIEWS
Share on FacebookShare on Twitter

କଲିକତା, (ବାଘୁଆବାର୍ତ୍ତା): ୨୦୧୯ରେ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା ନୁସରତ ଜାହାଁଙ୍କୁ ଏଥର ଆଉଟ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ଦିଦି। ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାଟିଲା ଟିଏମ୍‌ସି। ତୃଣମୂଳ କଂଗ୍ରେସ ସୁପ୍ରିମୋ ଏଥର ଅଭିନେତ୍ରୀରୁ ନେତ୍ରୀ ପାଲଟିତିବା ନୁସରତ ଜାହାଁକୁ ଦେଇନି ଟିକେଟ୍‌। ଆଜି ଏକ ମେଗା ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ଘୋଷଣା ସମୟରେ ବଶିରହାଟ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହିଂସା ଲାଗି ରହିଛି, ତାହା ଏହି ଲୋକସଭା ଆସନରେ ଆସେ। ଏହି ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ। ଏଠାରୁ ସେ ସାଂସଦ ଥିଲେ। ହେଲେ ଏଥର କିନ୍ତୁ ଟିଏମ୍‌ସି ତାଙ୍କ ଟିକେଟ୍ କାଟି ଦେଇଛି। ତାଙ୍କ ବଦଳରେ ଦଳ ହକଜି ନରୁଲ ଇସ୍‌ଲାମଙ୍କୁ ପ୍ରାର୍ଥୀ କରିଛି। ସେହି ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ତାଲିକାରୁ ବାଦ୍ ପଡିଛନ୍ତି। ପୂର୍ବରୁ ମିମି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଯୋଗୁ ଦଳ ଏଥର ତାଙ୍କୁ ଟିକେଟ୍ ଦେଇନି। ସେ ଗତଥର ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିଏମ୍‌ସି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ବର୍ତ୍ତମାନ ସାଂସଦ ଥିବା ୧୬ ଜଣଙ୍କ ନାଁ ସାମିଲ ଅଛି। ସେହିପରି ୧୨ ଜଣ ମହିଳାଙ୍କ ନାଁ ମଧ୍ୟ ଦିଦିଙ୍କ ଏହି ଲିଷ୍ଟରେ ସ୍ଥାନ ପାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!