Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନର୍ସିଂ ପାଇଁ ନିଟ୍ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
April 3, 2023
in Education, Health, State
ନର୍ସିଂ ପାଇଁ ନିଟ୍ ପରୀକ୍ଷା
234
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନର୍ସିଂ ଶିକ୍ଷାକୁ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଆରମ୍ଭ କରିଛି । ଏଣିକି ନର୍ସିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଟ୍‌ ପରୀକ୍ଷା ଦେବାକୁ ପଡ଼ିବ । ଏହା ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଏହାବାଦ ରାଜ୍ୟରେ ଥିବା ନର୍ସିଂ କଲେଜଗୁଡ଼ିକରେ ଖାଲିପଡିଥିବା ପଦବି ପୂରଣ କରିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କସରତ ଆରମ୍ଭ କରିଛନ୍ତି । ଡାକ୍ତରୀ ପାଠ୍ୟକ୍ରମ ଭଳି ଏଣିକି ବିଏସସି ନର୍ସିଂ ପଢ଼ିବାକୁ ହେଲେ ଜାତୀୟ ସ୍ତରରେ ହେଉଥିବା ନିଟ ପରୀକ୍ଷା ଦେବାକୁ ପଡ଼ିବ । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ୨୧ଟି ସରକାରୀ ଅଗ୍‌ଜିଲାରୀ ନର୍ସ ଆଣ୍ଡ ମିଡ୍‌ୱାଇଫେରୀ (ଏଏନ୍‌ଟିସି) ଓ ୮ଟି ନର୍ସିଂ କଲେଜ ରହିଛି । ଏହି ୮ କଲେଜରେ ଏସ୍‌ସିବି ନର୍ସିଂ କଲେଜ, ଏମ୍‌କେସିଜି ନର୍ସିଂ କଲେଜ, ଭୀମସାର ନର୍ସିଂ କଲେଜ ମଧ୍ୟ ଅନ୍ତର୍ଭୁକ୍ତ । ୨୦୨୧ରେ ଅନ୍ୟ ୫ଟି ଜେନେରାଲ ନର୍ସ ଆଣ୍ଡ ମିଡ୍‌ୱାଇଫେରୀ (ଜିଏନ୍‌ଏମ୍‌) ସ୍କୁଲକୁ ନର୍ସିଂ କଲେଜରେ ପରିଣତ କରାଯାଇଛି । ସେଗୁଡ଼ିକ ହେଲା ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼ । ରାଜ୍ୟରେ ୮ ନର୍ସିଂ କଲେଜରେ ୭୫୦ ବିଏସ୍‌ସି ନର୍ସିଂ ସିଟ ରହିଛି । ସେହିପରି ୨୧ ଏଏନ୍‌ଟିସିରେ ପ୍ରତବର୍ଷ ୮୪୦ ଛାତ୍ରଛାତ୍ରୀ ନାମଲେଖାନ୍ତି । ସେପଟେ ରାଜ୍ୟରେ ଖାଲି ପଡ଼ିଥିବା ନର୍ସିଂ ପଦବି ପୂରଣ ଲାଗି ଉଦ୍ୟମ ଆରମ୍ଭ ହୋଇଛି । ୨୦୨୧-୨୨ ମସିହା ସୁଦ୍ଧା ରାଜ୍ୟରେ ୨୮ ହଜାର ୨୯୫ ମଞ୍ଜୁରିପ୍ରାପ୍ତ ପଦବି ରହିଛି । ସେଥିରୁ ୧୬ହଜାର ୩୦୬ ପଦବି ଖାଲି ପଡ଼ିଥିଲା । ୨୦୨୩ରେ ୭ ହଜାର ୩୮୪ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲାବେଳେ ଆହୁରି ୮ହଜାର ୯୨୨ ପଦବି ଏବେବି ଖାଲି ରହିଛି । ତେଣୁ ଖୁବ ଶୀଘ୍ର ଏହି ପଦବି ସବୁ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି । ନୂଆ କରି ନିଯୁକ୍ତି ହେବାକୁ ଥିବା ନର୍ସଙ୍କ କ୍ଷେତ୍ରରେ ଚଏସ୍‌ ଲକିଙ୍ଗ୍‌ ବ୍ୟବସ୍ଥା ରଖାଯାଇଛି । ଚୟନ ପରୀକ୍ଷାର ମାର୍କ ଆଧାରରେ ସେମାନେ ନିଜ ଇଚ୍ଛାରେ ହସ୍ପିଟାଲ ଚୟନ କରିପାରିବେ । ଏହାବ୍ୟତୀତ କୋଭିଡ୍‌ ସମୟରେ ଯେଉଁ ନର୍ସମାନେ ଡ୍ୟୁଟି କରିଥିଲେ, ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ୫% ଅତିରିକ୍ତ ମାର୍କ ଦେବାକୁ ନିଷ୍ପତ୍ତି ନେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!