Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରୀ କାରକୁ ଉଦ୍ଧାର କଲା ନୂଆଗାଁ ପୁଲିସ୍

by ସଞ୍ଜୟ ସ୍ୱାଇଁ
May 15, 2021
in Feature News, Nayagarh
ଚୋରୀ କାରକୁ ଉଦ୍ଧାର କଲା ନୂଆଗାଁ ପୁଲିସ୍
674
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଭଡ଼ାନେଇ ଡ୍ରାଇଭର ଠାରୁ ଦୃବୁତ୍ତମାନେ ଲୁଟି ନେଇଥିଲେ କାର । ଏନେଇ ନୂଆଗାଁ ଥାନାରେ ମଧ୍ୟ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ନୂଆଗାଁ ପୁଲିସ କାର୍ଯ୍ୟରେ ତତପରତା ଦେଖାଇ ଅନୁସନ୍ଧାନ ଜାରି କରିଥିଲା । ଘଟଣା ଘଟିବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ କାରଟିକୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଫଣି ବେହେରାଙ୍କୁ ଜଣେ ଅଜଣା ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଚାକିରି କରୁଥିବାର ମିଛ ପରିଚୟ ଦେଇ ଗାଡ଼ି ଭଡାକୁ ଆଣି ନୂଆଗାଁରେ ଛାଡିବାକୁ କହିଥିଲା । ଭଡ଼ା ପାଇବା ଆଶାରେ ଫଣି ଉକ୍ତ ଅଜଣା ବ୍ୟକ୍ତିଙ୍କୁ ନରସିଂହପୁର ଅଞ୍ଚଳରୁ ନୂଆଗାଁ ଆଣିଥିଲେ । ସେଠାରୁ ଉକ୍ତ ବ୍ୟକ୍ତି ଜଣକ ଜାକେଡ଼ା ଜିବା ପାଇଁ କହିବା ପରେ ଉକ୍ତ ଡ୍ରାଇଭର ନୂଆଗାଁରୁ ଜାକେଡା ଅଭିମୁଖେ ଗାଡ଼ି ନେଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣକ କନ୍ଧଖାଲମଡା ପୂର୍ବରୁ ଥିବା ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଗାଡ଼ିକୁ ରଖିବା ପାଇଁ କହିଥିଲେ । ଗାଡ଼ି ରଖିବାର କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ଆସିଥିଲେ । ଉଭୟ ଦୁଇଜଣ ବ୍ୟକ୍ତି ମିଶି ଡ୍ରାଇଭର ଫଣିକୁ ଆକ୍ରମଣ କରି ସୁଇପ୍ଟି ଡିଜେଆର ଗାଡ଼ି ନଂ(ଓଡି୦୨ ଏଏ ୮୭୭୧)କାର ଲୁଟି ନେଇଥିଲେ । ଏନେଇ ଫଣି ନୂଆଗାଁ ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ହେବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ୍ ତତପରତା ଦେଖାଇ ଅନୁସନ୍ଧାନ ଜାରି ରଖିିଥିଲା । ତଗକାଲି ଘଟଣା ଘଟିଥିବା ସ୍ଥାନରୁ ୩କି.ମି ଦୂରରେ ଥିବା ଏକ କାଜୁ ଜଙ୍ଗଲରେ କାରଟି ଥିବା ନେଇ ପୁଲିସ୍ ଆଜି ଜାଣିବା ପରେ କାରକୁ ଉଦ୍ଧାର କରି ଆଣି ଥାନାକୁ ରଖିଥିବା ବେଳେ ତଦନ୍ତ ଜାର ରହିଛି ବୋଲି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!