ନୟାଗଡ଼,(ବାଘୁଆବାର୍ତ୍ତା): ନୂଆଗାଁ ଥାନା ମହିତମା ଗାଁରୁ ଆଜି ପୁଲିସ ୧୨ ଲିଟର ମହୁଲୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଗ୍ରାମର ଲିଙ୍ଗରାଜ ସାହୁ । ସେ ତାଙ୍କ ମଟରସାଇକେଲ ଯୋଗେ ମହୁଲି ନେଇ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





