ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ବରଡ଼ାଖମଣ ଗ୍ରାମର ଜଣେ ମହିଳା ୩ ଛୁଆଙ୍କୁ ଛାଡ଼ି ଫେରାର ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ମାଟିଆ ସେଠୀଙ୍କ ସ୍ତ୍ରୀ ମିତା ଫେରାର ଥିବା ସ୍ୱାମୀ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ଚଳିତ ମାସ ୩ ତାରିଖ ମିତା ନିଖୋଜ ହୋଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଛି । ଅନ୍ୟପକ୍ଷେ, ପ୍ରେମ ସଂମ୍ପର୍କରୁ ଏଭଳି ଘଟିଥିବା ଆଲୋଚନା ହେଉଛି ।





