ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରର ବଲାଙ୍ଗୀ ବନ୍ଧଠାରେ ଅନ୍ତଜାତୀୟସ୍ତରର ପାର୍କ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସହର ମଧ୍ୟରେ ଥିବା ଜଜାଙ୍ଗୀ ପାହାଡ଼ ଉପରେ ଏକ ପିକିନିକ୍ ସ୍ଥଳୀ ନିର୍ମାଣ ହେବାକୁ ଯାଉଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳିିଯାଇଛି । ସୂଚନାନୁସାରେ, ପାହାଡ଼ ପର୍ବତଘେରା ନୟାଗଡ଼ ସହରରେ ବଣଭୋଜି ପାଇଁ କୈାଣସି ନିଦ୍ଧିଷ୍ଟ ସ୍ଥାନ ନାହିଁ । ସହରବାସୀ ପୁରୁଣାସହରଠାରୁ ପାହାଡ଼ ଚଢ଼ି ଟାସେରା ନିକଟରେ ଭୋଜିଭାତ କରୁଥିବା ବେଳେ ଏହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଏଣୁ ସ୍ଥାନୀୟ ୧୩ ନଂ ୱାର୍ଡ଼ର କିଛି ଉତ୍ସାହୀ ଯୁବକ ତଥା ସ୍ୱେଚ୍ଛାସେବୀ ଓ ଦିବ୍ୟଜ୍ୟୋତି କ୍ଲବର ସଦସ୍ୟମାନଙ୍କ ଦ୍ୱାରା ଏହି ଜଜାଙ୍ଗୀ ପାହାଡ଼ର ଉପରିଭାଗକୁ ସଫାସୁତରା କରାଯାଇ କରି ପିକିନିକ୍ ସ୍ଥଳୀ ନିର୍ମାଣ କରିବା ପାଇଁ ଚିନ୍ତାକରି କାମ ଆରମ୍ଭ କରିଛନ୍ତି । ଭୁପୃଷ୍ଠରୁ ଏକ ଉଚ୍ଚ ସ୍ଥାନରେ ସହରର ସୁନ୍ଦରତାକୁ ପରଖିବା ସହ ଏଠାରେ ବଣଭୋଜି କରିବା ଏକ ନିଆରା ଆନନ୍ଦ ଦେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ଯେଉଁଥିପାଇଁ ପାହାଡ଼ ତଳେ ଥିବା କ୍ଲବଠାରୁ ପାହାଡ଼ର ଶୀର୍ଷ ପର୍ଯ୍ୟନ୍ତ ପାହାଚ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । କିଛି ଉତ୍ସାହି ଯୁବକ ଏଥିପାଇଁ ଶ୍ରମ ଓ ଅର୍ଥ ଦାନ କରିଛନ୍ତି । ଏହା ହେବା ଏହି ସ୍ଥାନରେ ଦ୍ୱାରା ସହରର ବାସିନ୍ଦା ଭୋରରୁ ପ୍ରାତଃ ଭ୍ରମଣ ସହିତ ସଂନ୍ଧ୍ୟା ଭ୍ରମଣ କରିପାରିବେ ବୋଲି ଜଣାପଡ଼ିଛି । ୨୦୨୦ ନୂଆବର୍ଷ ପୂର୍ବରୁ ପାହାଚ ନିର୍ମାଣ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି । ଫଳରେ ସହରବାସୀ ବଣଭୋଜି ନିମନ୍ତେ ନବବର୍ଷରୁ ଏକ ଭିନ୍ନ ସ୍ଥାନ ପାଇପାରିବେ ।






