ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ନୂଆରାଜବାଟୀ କଲ୍ୟାଣମଣ୍ଡପ ଠାରେ ଏନ୍ଏସି ହାଇସ୍କୁଲର ୧୯୮୯ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେବା ସହିତ ଭବିଷ୍ୟତରେ ଉକ୍ତ ବ୍ୟାଚ୍ର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମରେ ଏହି ବ୍ୟାଚ୍ ତରଫରୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କର୍ପସ୍ ଫଣ୍ଡ ଗଠନ କରି ସ୍କୁଲର ବିକାଶ ନିମନ୍ତେ ଆର୍ଥିକ ଅନୁଦାନ ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମା\’ଫାଉଣ୍ଡେସନର ସମ୍ପାଦକ ରଞ୍ଜନ ରଶ୍ମି ଜେନା, ବିପ୍ଳବ ସତ୍ୟସୁନ୍ଦର ଦାସ, ସୁମନ ପଟ୍ଟନାୟକ, ଗୀତା ଚାୱଲା ଓ ମଧୁସ୍ମିତା ତ୍ରିପାଠୀଙ୍କ ନେତୃତ୍ୱରେ ୧୧ନଂ ୱାର୍ଡ ପୋଖରୀ ହୁଡାରେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଏକ ସଚେତନତାର ବାର୍ତ୍ତା ଦେଇଥିଲେ । ସ୍ମୃତି ଉଦ୍ଦେଶ୍ୟରେ ସାମୂହିକ ବଟବୃକ୍ଷ ରୋପଣ କରି ସବୁଜ ସୁରକ୍ଷା ଜନିତ ବାର୍ତ୍ତା ପ୍ରେରଣ କରିଥିଲେ ।






