Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଁ ବାହା ହେବିନି !

by ସଞ୍ଜୟ ସ୍ୱାଇଁ
March 18, 2021
in Crime, State
ମୁଁ ବାହା ହେବିନି !
1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଭଲ ପାଇଲେ, ବିବାହର ପ୍ରତିଶୃତି ଦେଲେ କିନ୍ତୁ ବିବାହ କରିବାକୁ କହିଲା ବେଳେକୁ ମୁଁ ବାହା ହେବିନି କହି ଏଡ଼ାଇ ଦେଲେ । ସେଥିପାଇଁ ଗାଁ ବସିଲା । ନିଷ୍ପତ୍ତି ହୋଇ ନପାରିବାରୁ ଯୁବକ ଜଣକ ପୋକ୍ସୋ ମାମଲାରେ ଜେଲ ଗଲା । ଜେଲରେ ଅନୁତାପ କରିବା ପରେ ଧୋକା ଦେଇଥିବା ପ୍ରେମିକା ବିବାହ କରିବାକୁ ମନସ୍ଥ କରିଥିଲା । ଯାହାଫଳରେ ଜେଲ ଭିତରେ ଥିଭା ଶୀବ ମନ୍ଦିର ଆଜି ଉଭୟଙ୍କ ବିବାହ ହୋଇଛି । ଏଭଳି ଏକ ଘଟଣା ଘଟିଛି କଟକ ଚୌଦାର ଅଞ୍ଚଳରେ । ମିଳିଥିବା ସୂଚନାନୁସାରେ, କଟକ ସଦରଥାନା ଅନ୍ତର୍ଗତ ସଙ୍କତାରସ ଗାଁର ରବି ଦାସଙ୍କ ଝିଅ ପୂଜା ସେହି ଗ୍ରାମର ନରେଶ ଦାଶଙ୍କ ପୁଅ ନୃସିଂହ ଦାଶକୁ ପ୍ରେମ କରୁଥିଲେ । ଦୁହେଁ ଦୁହିଁଙ୍କୁ ନିବିଡ଼ ଭଲ ପାଉଥିଲେ । ବିବାହ କରିବାର ପ୍ରତିଶୃତ ଦେଇ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ କିନ୍ତୁ କ’ଣ ହେଲା କେଜାଣି ନୃସିଂହ ପୂଜାକୁ ଛାଡି ଅନ୍ୟ ଜଣକୁ ବିବାହ କରିବାକୁ ଯୋଜନା କରୁଥିଲେ । ପୂଜା ଏହା ଶୁଣିବା ପରେ ନୃସିଂହକୁ ଯାଇ ଭେଟିଥିଲା ଏବଂ ତୁରନ୍ତ ବିବାହ କରିବା ପାଇଁ କହିବାରୁ ନୃସିଂହ ରୋକ୍ ଠୋକ୍ ଶୁଣାଇ ଦେଲାଯେ, ମୁଁ ବାହା ହେବିନି କହି ଏଡ଼ାଇ ଦେଇ ଚାଲିଗଲା । ଏକଥାକୁ ନେଇ ଉଭୟଙ୍କ ପରିବାରର କଥା ଯାଇ ଗ୍ରାମ ସଭାରେ ପଡିଲା କିନ୍ତୁ ସମାଧାନର ବାଟ ନଫିଟିବାରୁ ପୂଜାର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ନୃସିଂହକୁ ୨୦୧୯ ସେସ୍ଟେମ୍ବର ୨୮ତାରିଖରେ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ନୃସିଂହକୁ ଚୌଦାର ଜେଲକୁ ଯିବାକୁ ପଡିଲା । ଏହି ମାମଲା ସ୍ପେଶାଲ ପେକ୍ସୋ କୋର୍ଟରେ ବିଚାର ଚାଲିଥିଲା । ଏହାରି ଭିତରେ ପୂଜା ନାବାଳିକାରୁ ସାବାଳିକା ହେବା ପରେ ନୃସିଂହ ଜେଲରେ ରହି ଅନୁତାପ କରି ପୂଜାକୁ ବିବାହ କରିବାକୁ ଆଗ୍ରହ ହୋଇଥିଲା । ଉଭୟ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ କତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ପୂଜା ଓ ନୃସିଂହଙ୍କ ବିବାହ ଆଜି ଚୌଦାର ଜେଲ ଭିତରେ ଥିବା ଶିବ ମନ୍ଦିରରେ ବିବାହ ସଂପର୍ଣ୍ଣ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!