Sunday, June 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପ୍ରିମିୟର ଲିଗ୍‌-୨୦୨୩:କଡ଼ା ଟକ୍କର ମଧ୍ୟରେ ପ୍ରଶାସନ ଏକାଦଶ ବିଜୟୀ

by ସଞ୍ଜୟ ସ୍ୱାଇଁ
January 17, 2023
in Nayagarh, Sports
ନୟାଗଡ଼ ପ୍ରିମିୟର ଲିଗ୍‌-୨୦୨୩:କଡ଼ା ଟକ୍କର ମଧ୍ୟରେ ପ୍ରଶାସନ ଏକାଦଶ ବିଜୟୀ
505
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା); ଫ୍ରେଣ୍ଡସ୍ ଆଣ୍ଡ ଫ୍ରେଣ୍ଡସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ନୟାଗଡ଼ ପ୍ରିମିୟମ୍ ଲିଗ୍‌-୨୦୨୩ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ଆଲୋକ କିରଣରେ ଅନୁଷ୍ଠିତ ହୋଇଥିବା ନୟାଗଡ଼ ପ୍ରିମିୟର ଲିଗ୍ ମ୍ୟାଚର ଶୁଭାରମ୍ଭ କରିଥିଲେ ପ୍ରଶାସନ ଏକାଦଶ ବନାମ ସାମ୍ବାଦିକ ଏକାଦଶ । ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନୀତ ଅତିଥି ଭାବେ ଭେଷଜ ବିଶେଷଜ୍ଞ ଡ଼ ସିଦ୍ଧାର୍ଥ ଦାଶ, ଅନ୍ୟତମ ଅତିଥି ଭାବେ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ସର୍ମିଲା ପ୍ରଧାନ, କାଉନସିଲର ମଞ୍ଜୁ ଗୁମାନସିଂ, ଜାନକିବଲ୍ଲଭ ଜେନା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ ।

ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମ୍ୟାଚରେ ପ୍ରଶାସନ ଏକାଦଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲେ । ନିର୍ଦ୍ଧାରିତ ୧୫ ଓଭରରେ ୭ଟି ୱିକେଟ୍ ହରାଇ ୧୫୪ ରନ କରିଥିଲେ । ସାମ୍ବାଦିକ ଏକାଦଶ ୧୫୫ ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ପ୍ରବେଶ କରିଥିଲେ । ପ୍ରଶାସନ ଏକାଦଶ ସହ କଡ଼ା ଟକ୍କର କରିଥିଲେ ମଧ୍ୟ ସାମ୍ବାଦିକ ଏକାଦଶ ପରାଜୟ ହୋଇଥିଲେ । ଏହି ମ୍ୟାଚରେ ପରାଜୟ ଦଳକୁ ଇଫକୋ ଟୋକିଓ ଇନ୍ସୁରାନ୍ସ ତରଫରୁ ରନସ୍ ଅଫ୍ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଥିବା ବେଳେ ବିଜେତା ଦଳକୁ ଚମ୍ପିଆନ୍ ଟ୍ରଫି ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଫେଣ୍ଡସ୍ ଫ୍ରେଣ୍ଡସ୍ ଆସୋସିଏସନ୍ ସମସ୍ତ ସଦସ୍ୟମାନେ ସାହାର୍ଯ୍ୟ ସହଯୋଗ କରିଥିବା ବେଳେ ଆସନ୍ତା କାଲି ଅର୍ଥାତ୍ ୧୮ ତାରିଖରୁ ଟୁର୍ଣ୍ଣାମେଣ୍ଟର ଅସଲ ଖେଳ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ୧୬ଟି ଭାଗ ନେଇଥିବା ବେଳେ ୪ଟି ଗ୍ରୁପ୍ କରାଯାଇଛି । ୧୮ତାରିଖ ଫ୍ଲଡ ଲାଇଟରେ ଲେଙ୍କୁଡିପଡ଼ା, ପ୍ରତାପ ପ୍ରସାଦ, ପୁରୁଣା ସହର ନୟାଗଡ଼, ସିନ୍ଦୁରିଆ କ୍ରିକେଟ୍ କ୍ଲବର ଖେଳାଳୀମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଆରମ୍ଭ ହେବ । ସେହିପରି ୧୯ ତାରିଖ ଅର୍ଥାତ୍ ଗୁରୁବାର ସନ୍ଧ୍ୟାରେ ଗ୍ରୁପ୍‌-ବିରେ ଘୋରାଡିଆ, ସଜନାପଡ଼ା, ପଣ୍ଡୁସର, ବେବର୍ତ୍ତାପଲ୍ଲୀର କ୍ରିକେଟ୍ କ୍ଲବ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିବ ସେହପିର ୨୦ତାରିଖ ଶୁକ୍ରବାର ସନ୍ଧ୍ୟାରେ ଗ୍ରୁପ୍‌-ସିରେ ଥିବା ଗଦାଧର ପ୍ରସାଦ, କଳାମାଟିଆ, ଗମ୍ଭାରିଡିହି ଓ କୋଟପଲ୍ଲା ମଧ୍ୟରେ କଡ଼ା ଟକ୍କର ହେବ । ଗ୍ରୁପ୍‌-ଡିରେ ଥିବା ଦଶପଲ୍ଲା, ଗଣିଆ, ମାଣିକାଗୋଡ଼ା ଓ ଏଫସିସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଉକ୍ତ ଦିନ ଗୁଡିକରେ ଜନସାମଗମ ହୋଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!