ଭବାନୀପାଟଣା, (ବାଘୁଆବାର୍ତ୍ତା): ଯୁବକଙ୍କୁ ନିଶା ଔଷଧ ବିକ୍ରି କରିବା ସହ ନିଜ ପାଖରେ ନିଷେଧ କରାଯାଇଥିବା ନିଶା ଔଷଧ (noxious substance Drugs) ରଖିବା ଅଭିଯୋଗରେ ଭବାନୀ ପାଟଣାରେ ପୋଲିସ ଏକ କାର ଜବତ କରିଥିବା ବେଳେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରେ noxious substance ବା ନିଶା ଔଷଧ ସହ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଭବାନୀପାଟଣାରେ ବିଭିନ୍ନ ଯୁବା ବର୍ଗଙ୍କୁ ଏମାନେ ଏହି ନିଶା ଔଷଧ ମୋଟା ଟଙ୍କା ବଦଳରେ ଯୋଗାଇ ଦେଉଥିଲେ । ଏହି ଅଭିଯୁକ୍ତମାନଙ୍କ ଠାରୁ ୩୮.୭୨ ଗ୍ରାମର ନିଶା ଦ୍ରବ୍ୟ ଜବତ କରାଯାଇଛି । ଏହାକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ପୋଲିସ ଏହି ଘଟଣାରେ ଅନ୍ୟମାନଙ୍କର ସମ୍ପୃକ୍ତି ଅଛିକି ନାହିଁ ସେ ବିଷୟରେ ଯାଞ୍ଚ କରୁଛି ।






