ନୟାଗଡ଼,(ବାଘୁଆବାର୍ତ୍ତା): ସିବିଏସ୍ସି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ନୟାଗଡ଼ ବ୍ଲକ ନୋତର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟର ୩ ଜଣ ଛାତ୍ର ସମାନ ମାର୍କ ରଖି ବିଦ୍ୟାଳୟ ପାଇଁ ଗୈାରବ ଆଣିଛନ୍ତି । ବିଦ୍ୟାଳୟର ପ୍ରଭୂଦତ୍ତ ଗୈାଡ଼, କମଲଜିତ୍ ସିଂ, ସ୍ୱସ୍ତିକ ସୂର୍ଯ୍ୟନାରାୟଣ ୪୮୬ ମାର୍କ ତଥା ୯୭.୨ ପ୍ରତିଶତ ମାର୍କ ରଖି ଗୈାରବ ଅର୍ଜ୍ଜନ କରିଛନ୍ତି । ନୋତର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୮୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୧ ଜଣ ପାସ କରିଛନ୍ତି । ବିଦ୍ୟାଳୟର ପାସ ହାର ୯୬.୪୩ ପ୍ରତିଶତ ରହିଛି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ୱ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୮ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ରହିଛନ୍ତି । ୨୫ ଜଣ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୧୮ ଜଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୯ ଜଣ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ୧୫ ଜଣ ୬୦ ପ୍ରତିଶତରୁ କମ ମାର୍କ ରଖି ପାସ କରିଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ଫଳକୁ ନେଇ ଖୁସି ହୋଇଥିବା ବେଳେ ସଫଳତା ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଭାବେ +୨ ବିଜ୍ଞାନରେ ୪୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮ ଜଣ ପାସ କରିଛନ୍ତି । ପାସହାର ୮୬.୩୬ ପ୍ରତିଶତ ରହିଛି । ବିଦ୍ୟାଳୟର ସୁଚିସ୍ମିତା ପ୍ରଧାନ, ଶିବ ପ୍ରସାଦ ନାୟକ ୪୫୬ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିଭଳି ଭାବେ ବିଦ୍ୟାଳୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ୭ ଜଣ ଛାତ୍ରଛାତ୍ରୀ ରଖିଥିବା ବେଳେ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ୯ ଜଣ, ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ୧୭ ଜଣ, ୬୦ ପ୍ରତିଶତରୁ କମ ୩ ଜଣ ରହିଥିବା ସୂଚନା ମିଳିଛି ।





