Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ତା ବଢାଇଲାଣି ନୋରୋ ଭାଇରସ୍: ସତର୍କ ରହିବା ଜରୁରୀ

by ସଞ୍ଜୟ ସ୍ୱାଇଁ
November 12, 2021
in Health, State
ବନ୍ଦ ନୁହେଁ ହରତାଳ କରିବ:ହାଇକୋର୍ଟ
64
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେରଳରେ ନୋରୋ ଭାଇରସ ମାମଲା ଚିନ୍ତା ବଢ଼ାଇଛି। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଦିନ ଲୋକଙ୍କୁ ପେଟ ଜନିତ ସମସ୍ୟାରୁ ସତର୍କ ରହିବାକୁ ଅପିଲ କରିଛନ୍ତି ଏବଂ ଗାଇଡଲାଇନ ଜାରି କରିଛନ୍ତି। କେରଳ ୱାୟନାଡରେ ନୋରୋ ଭାଇରସର ୧୩ ମାମଲା ଚିହ୍ନଟ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ୱାୟନାଡ ଜିଲ୍ଲା ବିଥିରି ନିକଟରେ ପୁକୋଡେରେ ଏକ ପଶୁ ଚିକିତ୍ସାଳୟ କଲେଜର ୧୩ ଛାତ୍ରଙ୍କ ଦୂଷିତ ପାଣି ଓ ଭୋଜନ ଦ୍ୱାରା ବ୍ୟାପିଥିବା ଏକ ପଶି ଜନିତ ରୋଗ ନୋରୋ ଭାଇରସ ସମ୍ପର୍କରେ ସୂଚନା ମିଳିଥିଲା। ବୀଣା ଜର୍ଜ କହିଛନ୍ତି, ଏବେ ଚିନ୍ତାର କିଛି କାରଣ ନାହିଁ କିନ୍ତୁ ସମସ୍ତେ ସତର୍କ ରହିବା ଆବଶ୍ୟକ। ସୁପର କ୍ଳୋରିନେସନ ସହ କାର୍ୟ୍ୟକଳାପ ଚାଲିଛି। ପିଇବା ପାଣିର ସ୍ରୋତ ସ୍ୱଚ୍ଛ ରଖିବା ଆବଶ୍ୟକ। ଉଚିତ ଚିକିତ୍ସାରେ ରୋଗ ଭଲ କରାଯାଇପାରିବ। ସେଥିପାଇଁ ସମସ୍ତେ ଅବଗତ ରହିବା ଉଚିତ ବୋଲି ସେ କହିଛନ୍ତି। ନୋରୋ ଭାଇରସ ପାକସ୍ଥଳୀ ରୋଗର କାରଣ ହୋଇଥାଏ ଯେଉଁଥିରେ ପେଟ, ଅନ୍ତନଳୀରେ ସୁଜନ, ବାନ୍ତି ଓ ପତଳା ଝାଡା ଭଳି ଲକ୍ଷଣ ସାମିଲ। ନୋରୋ ଭାଇରସ ସୁସ୍ଥ ଲୋକଙ୍କୁ ଅଧିକ ପ୍ରଭାବିତ କରିନଥାଏ। କିନ୍ତୁ ଶିଶୁ, ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗ ସହ ଜଡିତ ଲୋକଙ୍କ ପାଇଁ ଭୟଙ୍କର ହୋଇପାରେ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କିମ୍ବା ସଂକ୍ରମିତ ସ୍ଥାନକୁ ଛୁଇଁଲେ ଏହା ବ୍ୟାପିଥାଏ। ଭାଇରସ ସଂକ୍ରମିତ ବ୍ୟକ୍ତିର ମଳ ଓ ବାନ୍ତି ଜରିଆରେ ବ୍ୟାପିଥାଏ। ପତଳା ଝାଡା, ପେଟ ଯନ୍ତ୍ରଣା, ବାନ୍ତି, ଅସ୍ତବ୍ୟସ୍ତ ଲାଗିବ, ଭୀଷଣ ଜ୍ୱର, ମୁଣ୍ଡବିନ୍ଧା ଆଦି ନୋରୋ ଭାଇରସର ସାମାନ୍ୟ ଲକ୍ଷଣ। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଜାରି ଗାଇଡଲାଇନରେ କୁହାଯାଇଛି ଯେ ଯେଉଁମାନେ ନୋରୋ ଭାଇରସରେ ସଂକ୍ରମିତ ସେମାନେ ଘରେ ଆରାମ କରନ୍ତୁ। ଓଆରଏସ ଓ ଫୁଟା ପାଣି ପିଅନ୍ତୁ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଭଲ ଭାବେ ସଫା କରନ୍ତୁ। ପଶୁଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ବିଶେଷ ସତର୍କ ରହିବା ଆବଶ୍ୟକ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!