Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ

by ସଞ୍ଜୟ ସ୍ୱାଇଁ
July 21, 2021
in Health, NATIONAL NEWS
କରୋନା ପରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ
128
VIEWS
Share on FacebookShare on Twitter

ଲଣ୍ଡନ, (ବାଘୁଆବାର୍ତ୍ତା): ସାରା ଦେଶରେ କରୋନା ସଂକ୍ରମଣ ନିଜର କାୟା ବିସ୍ତାର କରିଛି। ଏବେ ଏହାର ମୁକାବିଲା କରୁଛି ବିଶ୍ୱ। ଏହାରି ଭିତରେ ଲଂଲଣ୍ଡରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ। ଏହା କରୋନା ଅପେକ୍ଷା ଅଧିକ ଘାତକ ବୋଲି ଇଂଲଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପାଞ୍ଚ ସପ୍ତାହରେ ଏଯାବତ ୧୫୪ ଜଣ ଏହି ସଂକ୍ରମଣର ଶିକାର ହୋଇସାରିଛନ୍ତି। ବ୍ରିଟେନରେ ଲକଡାଉନ୍ ନିୟମ ହଟିଲା ପରେ ବ୍ରିଟେନବାସୀ ପୁଣିଥରେ ଜୀବନଶୈଳୀ ସ୍ୱାଭାବିକ ମୁହଁ ହେବ ବୋଲି ଚିନ୍ତାକରୁଥିବା ବେଳେ ନୋରୋ ଭାଇରସ ଚିନ୍ତା ବଢ଼ାଇଛି। ବ୍ରିଟେନର ପବ୍ଲିକ୍ ହେଲଥ ଇଂଲଣ୍ଡ କହିଛି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖାଯାଇଛି। ନୋରୋ ଭାଇରସ କରୋନା ତୁଳନାରେ ତିନି ଗୁଣା ବୃଦ୍ଧି ପାଉଛି। ମୁଖ୍ୟତଃ ଏହି ଭାଇରସର ଶିକାର ଛୋଟ ପିଲାମାନେ ହେଉଛନ୍ତି। ନର୍ସରୀ ଏବଂ ଚାଇଲ୍ଡ କେୟାର ସେଣ୍ଟରରେ ରହୁଥିବା ପିଲାମାନେ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏଯାବତ ଏହି ଭାଇରସରେ କେହି ମୃତ୍ୟୁ ବରଣ କରିଥିବା ରିପୋର୍ଟ ଆସିନାହିଁ। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି ନୋରୋ ଭାଇରସ କରୋନା ଅପେକ୍ଷା ଅଧିକ ବେଗରେ ବ୍ୟାପୁଛି। ଏହା କରୋନା ଅପେକ୍ଷା ଅଧିକ ଘାତକ। ତେଣୁ ସଂକ୍ରମଣ ହାର ଅଧିକ ରହିଛି। ଯେଉଁମାନେ ଏହି ଭାଇରସର ଶିକାର ହେଉଛନ୍ତି ସେମାନଙ୍କ ପାଖରେ ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ ରହିଛି। ସିଡିସି କହିଛି ଯେ ନୋରୋ ଭାଇରସରେ ଅନେକ ଭାଇରସ ରହିଛି। ଯିଏ ଏହି ଭାଇରସ ବା ଜୀବାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେହି ବ୍ୟକ୍ତିର ଖାଦ୍ୟ ଖାଏ, ସଂକ୍ରମିତ ବ୍ୟଙ୍କିଙ୍କୁ ଛୁଇଁଲେ, ହାତ ନଧୋଇ ଖାଦ୍ୟ ଖାଇଲେ ଏହି ଭାଇରସର ଶିକାର ହେବା ଏକ ପ୍ରକାର ଥୟ। ସିଡିସି କହିଛି ନୋରୋ ଭାଇରସ ଦ୍ୱାରା ବାନ୍ତି ଏବଂ ଝାଡ଼ା ଆଦି ରୋଗକୁ ପ୍ରୋତ୍ସାହିତ କରେ। ନୋରୋ ଭାଇରସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅନେକ ପ୍ରକାର ଜୀବାଣୁ ତିଆରି ହୁଏ। ନୋରୋ ଭାଇରସ ‘ବାନ୍ତି ବଗ’ ଭାବରେ ମଧ୍ୟ ଜଣାଶୁଣା। ତେଣୁ ଏହାର ପ୍ରତିକାର ପାଇଁ କୌଣସି ଜିନିଷ ଛୁଇଁବା ପରେ, ବାହାରୁ ଆସିବା ପରେ ଏବଂ କିଛି ଖାଇବା ପୂର୍ବରୁ ସବୁବେଳେ ହାତ ଓ ମୁହଁକୁ ପରିଷ୍କାର ଭାବରେ ଧୋଇବା ଜରୁରୀ। ଏହା ବ୍ୟତୀତ କୋଭିଡ ସଂକ୍ରମଣକୁ ଏଡାଇବା ପାଇଁ ଯେଉଁ ସାନିଟାଇଜର ବ୍ୟବହାର କରାଯାଉଛି ସମାନ ସାନିଟାଇଜର ଏହି ଭାଇରସ ପାଇଁ ପ୍ରଭାବଶାଳୀ ରହିଛି ବୋଲି ସିଡିସି କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!