Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀରାମନଗରୀରେ ବିକ୍ରି ହେବନି ଆମିଷ

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ଶ୍ରୀରାମନଗରୀରେ ବିକ୍ରି ହେବନି ଆମିଷ
55
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏବେ ଅଯୋରେ ଆଉ ବିକ୍ରି ହେବନି ଆମିଷ । ଅଯୋଧ୍ୟାକୁ ମାଂସ ଏବଂ ମଦ ମୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛି ଉତ୍ତରପ୍ରଦେଶ ପ୍ରଶାସନ । ଅଯୋଧ୍ୟାରେ ରାମନଗରୀର ପବିତ୍ରତା ବଜାୟ ରଖିବା ଲକ୍ଷ୍ୟରେ, ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ରାମ ପଥ, ଧର୍ମ ପଥ, ୧୪ କୋଶୀ ଏବଂ ପଞ୍ଚକୋଶୀ ପରିକ୍ରମା ରୁଟରେ ନିରାମିଷ ଖାଦ୍ୟ ସାମଗ୍ରୀର ବିକ୍ରୟକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆମିଷ ବିକ୍ରି କରୁଥିବା ଦୋକାନକୁ ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ନମାନିଲେ ମହାନଗର ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନତା ଦରବାର ଓ ସିଏମ ପୋର୍ଟାଲ୍ରେ ଶ୍ରୀରାମ ଜନ୍ମଭୂମିରେ ଆମିଷ ବିକ୍ରି ନ କରିବା ନେଇ ଅଭିଯୋଗ ହୋଇଆସୁଥିଲା । ଡେପୁଟି କମିଶନର ଯାଞ୍ଚ ସମୟରେ ରାମ ପଥ ସମୀକ୍ଷା କରିଥିଲେ ଏବଂ ପରିଷ୍କାର ପରିଚ୍ଛନ୍ନତା, ଧାର୍ମିକ ମର୍ଯ୍ୟାଦା ଏବଂ ଭକ୍ତଙ୍କ ଭାବନାକୁ ଧ୍ୟାନରେ ରଖି ମାର୍ଗଦର୍ଶିକା ଦେଇଥିଲେ । ସେ କହିଥିଲେ ଯେ, ଏହି ଅଞ୍ଚଳ ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଠାରେ ନନ୍-ଭେଜ୍ ବିକ୍ରୟ କେବଳ ବିଶ୍ୱାସ ବିରୋଧୀ ନୁହେଁ ବରଂ ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ମଧ୍ୟ ଅନୁପଯୁକ୍ତ । କହିରଖୁ କି, ପୂର୍ବରୁ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ଅନେକ ଥର ଅଭିଯୋଗ ଦାଖଲ କରାଯାଇଥିଲା । ଲୋକମାନେ ରାମ ପଥ ଏବଂ ପରିକ୍ରମା ପଥଗୁଡ଼ିକରେ ଆମିଷ ଦୋକାନ ରହିବାକୁ ବିରୋଧ କରିଥିଲେ । ଏହା ବ୍ୟତୀତ, ଅଯୋଧ୍ୟା ନଗର ନିଗମ ମଧ୍ୟ ପୂର୍ବରୁ ଏକ ପ୍ରସ୍ତାବ ପାସ୍ କରି ଏହି ଅଞ୍ଚଳଗୁଡ଼ିକରେ ନନ୍-ଭେଜ୍ ବିକ୍ରୟ ଉପରେ ନିଷେଧକୁ ସମର୍ଥନ କରିଥିଲା । ପ୍ରଶାସନର ଏହି କାର୍ଯ୍ୟକୁ ଅଯୋଧ୍ୟାର ଧାର୍ମିକ ମର୍ଯ୍ୟାଦା ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଗାମୀ ଦିନରେ, ପ୍ରଶାସନର ଏହି ନିର୍ଦ୍ଦେଶ ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ଲାଗି ନିୟମିତ ଭାବେ ଯାଞ୍ଚ କରାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!