Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମତ୍ସ୍ୟ ସମ୍ପଦର ବିକାଶ କ୍ଷେତ୍ରରେ ଓଡ଼ିଶା ସର୍ବୋତ୍ତମ ରାଜ୍ୟ

by ସଞ୍ଜୟ ସ୍ୱାଇଁ
September 11, 2019
in Feature News
77
VIEWS
Share on FacebookShare on Twitter

ଏହି ସଫଳତା ପାଇଁ ରାଜ୍ୟର ମତ୍ସ୍ୟଜୀବୀମାନେ ଅଭିନନ୍ଦନୀୟ: ମନ୍ତ୍ରୀ

ଭୁବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ମତ୍ସ୍ୟସମ୍ପଦ ର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା ୨୦୧୯ ବର୍ଷ ନିମନ୍ତେ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡେ ଗ୍ରୁପ୍ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍ ଆୱାର୍ଡ ପ୍ରଦାନ କ୍ରମରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବାରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେରଳର ରାଜ୍ୟପାଳ ପି. ସଦଶିବମ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାକୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ପୁରସ୍କାର ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିବା ସହିତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ମନ୍ତ୍ରୀ ଡ. ସାହୁ ଓଡ଼ିଶାର ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

ନୂଆଦିଲ୍ଲୀସ୍ଥିତ ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ ଅୟୋଜିତ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁରସ୍କାର ପ୍ରଦନ କରିଥିଲେ । ଓଡ଼ିଶା ପକ୍ଷରୁ ନୂଆ ଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ ।

ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହ ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଜୀବିକା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୫ ମସିହାରେ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରିଛନ୍ତି । ରାଜ୍ୟରେ ୪୮୦ କି.ମି ସମୁଦ୍ର ଉପକୂଳ ସମେତ ୬ଲକ୍ଷ ୬୯ ହଜାର ହେକ୍ଟର ମଧୁଳଜର ଅଞ୍ଚଳ, ୪ଲକ୍ଷ ୧୮ ହଜାର ହେକ୍ଟର ଖାରିପାଣି ଅଞ୍ଚଳ ରହିଥିବାରୁ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି ସହିତ ରପ୍ତାନୀରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଇବା ନିମନ୍ତେ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାର ରୂପାୟନକୁ ଗତିଶୀଳ କରାଯାଇଛି । ମତ୍ସ୍ୟସମ୍ପଦ ବିକାଶରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ ଦ୍ୱାରା ରାଜ୍ୟର ମତ୍ସ୍ୟଚାଷୀ ତଥା ମତ୍ସ୍ୟଜୀବୀଙ୍କର ଆର୍ଥିକ ପ୍ରଗତି, ମତ୍ସ୍ୟ ଚାଷରେ ଆତ୍ମନିଯୁକ୍ତି ସହିତ ବୈଦେଶିକ ମୁଦ୍ରା ଅର୍ଜନ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ ମଧୁର ଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ପଞ୍ଚମସ୍ଥାନ ଅଧିକାର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ମତ୍ସ୍ୟ ଉତ୍ପାଦନ ବିଗତ ୩ବର୍ଷ ମଧ୍ୟରେ ଶତକଡ଼ା ୪୫.୬ ପ୍ରତିଶତ ଅଭିବୃଦ୍ଧି ଘଟିବା ସ୍ଥଳେ ହେକ୍ଟର ପ୍ରତି ମାଛ ଉତ୍ପାଦନ ବୃଦ୍ଧି ପାଇଁ ୪.୧୦ ମେଟ୍ରିକ୍ ଟନ୍ରେ ପହଞ୍ଚି ପାରିଛି । ରାଜ୍ୟ ସରକାରଙ୍କ ଜଳଭଣ୍ଡାରରେ ମାଛଚାଷ ନୀତି ପ୍ରଣୟନ ଯୋଗୁଁ ମାଛ ଉତ୍ପାଦନ ବିଗତ ୧୦ ବର୍ଷ ମଧ୍ୟରେ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ହେକ୍ଟର ପ୍ରତି ୧୫ କେଜିରୁ ୧୮୧ କେଜିରେ ପହଞ୍ଚି ପାରିଛି । ରାଜ୍ୟରେ ସାମୁଦ୍ରିକ ମାଛ ଓ ଚିଙ୍ଗୁଡି ରପ୍ତାନୀ ୨୦୧୫-୧୬ ମସିହାରେ ୧୯୬୩ କୋଟି ଟଙ୍କା ଥିବାବେଳେ ଏହା ୨୦୧୭-୧୮ ବର୍ଷରେ ବୃଦ୍ଧି ପାଇ ୩୧୦୦ କୋଟିରେ ପହଞ୍ଚିଛି ।

ରାଜ୍ୟ ସରକାର୨୦୧୬-୧୭ ମସିହା ଠାରୁ ନିଜସ୍ୱ ଯୋଜନା ମତ୍ସ୍ୟପୋଖରୀ ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ନୂତନ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ପ୍ରକଳ୍ପ ମୂଲ୍ୟ ୮ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୫୦ ଭାଗ ରିହାତି ସର୍ବାଧିକ ୪ଲକ୍ଷ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ୨୦୧୬-୧୭ ମସିହାଠାରୁ ଏହି\nଯୋଜନାରେ ପ୍ରତିବର୍ଷ ୧୦୦୦ ହେକ୍ଟରର ଅଧିକ ନୂତନ ପୋଖରୀ ଖୋଳାଯିବା ସହିତ ମାଛଚାଷରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପରିଛି । ରାଜ୍ୟରେ ଥିବା ପଞ୍ଚାୟତ ପୋଖରୀଗୁଡିକ ଦୀର୍ଘମିହାଦୀ ସୂତ୍ରରେ ମହିଳା ସହାୟକ ଗୋଷ୍ଠୀମାନଙ୍କୁ ଲିଜ୍ ପ୍ରଦାନ କରାଯାଇଛି । ମାଛଚାଷ ପାଇଁ ଆବଶ୍ୟକ ଜାଅଁଳ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ବାବଦ ରେ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୬୦ ଭାଗ ଓ ସର୍ବାଧିକ ୯୦ ହଜାର ଟଙ୍କା ରିହାତି ପ୍ରଦାନ କରାଯାଇଛି । ଏହି ଯୋଜନାରେ ୨୦୧୮-୧୯ ମସିହାରେ ୧୭୮୧ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପ୍ରାୟ ୧୫୦୦ ହେକ୍ଟରରେ ମାଛଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୪ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩ହଜାର ହେକ୍ଟରର ପଞ୍ଚାୟତ ପୋଖରୀରେ ମାଛଚାଷ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଖାରିପାଣିରେ ମାଛ ଓ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଉପକୂଳ ଅଞ୍ଚଳରେ ଅବ୍ୟବହୃତ ହୋଇ ପଡିଥିବା ସରକାରୀ ଜମିକୁ ଦୀର୍ଘମିଆଦୀ ସୂତ୍ରରେ ୧୫ ବର୍ଷିଆ ଲିଜ୍ ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୦ ହଜାର ହେକ୍ଟର ଖାରିପାଣି ଜମିରେ ଚିଙ୍ଗୁଡି ଚାଷ କରାଯାଇ ବାର୍ଷିକ ୯୪ ହଜାର ମେଟ୍ରିକ୍ ଟନ୍ ଚିଙ୍ଗୁଡି ଉତ୍ପାଦିତ ହେଉଅଛି ଯାହା କି ବିଗତ ୫ବର୍ଷରେ ଶତକଡ଼ା ୧୩୩ ଭାଗ ବୃଦ୍ଧି ପାଇଛି । ରାଜ୍ୟରେ ସାମୁଦ୍ରିକ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାୟ ୨୧ ହଜାର ଯନ୍ତ୍ରଚାଳିତ ଓ ଦେଶୀ ଡଙ୍ଗା ପଞ୍ଜିକୃତ କରାଯାଇଛି । ଦେଶୀ ଡଙ୍ଗାଗୁଡିକୁ ପର୍ଯ୍ୟାୟକ୍ରମେ ଯନ୍ତ୍ରଚାଳିତ ଡଙ୍ଗାରେ ପରିଣତ କରାଯିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରିହାତି ମାଧ୍ୟମରେ ୬ ହଜାରରୁ ଉର୍ଦ୍ଧ୍ୱ ଫାଇବର ଡଙ୍ଗା ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯାଇଛି । ଧାମରା, ପାରାଦୀପ ମାଛ ଧରା ବନ୍ଦର ଉନତି କରଣ କରାଯାଇଛି । ଚାନ୍ଦିପୁରଠାରେ ୫୦ କୋଟି ଟଙ୍କା ବ୍ୟୟରେ ଏକ ମାଛଧରା ବନ୍ଦରର କାର୍ଯ୍ୟ ଆରମ୍ଭ କରାଯାଇଛି । ଗୋପଳପୁର, ମାର୍କଣ୍ଡି, ବାଲୁଗାଁଠାରେ ନୂତନ ମାଛ ଅବତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଗଭୀର ସମୁଦ୍ରରେ ମାଛ ଧରିବା ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷରୁ “ଟୁନା ଲଙ୍ଗ ଲାଇନ୍’ନାମକ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଅଲିଭ୍ ରିଡଲେ କଇଁଛ ସୁରକ୍ଷା ନିମନ୍ତେ କ୍ଷତିଗ୍ରସ୍ତ ୫ ହଜାର ମତ୍ସ୍ୟଜୀବୀ ପରିବାରକୁ ୨୦୧୮- ୧୯ ଆର୍ଥିକ ବର୍ଷରେ ପରିବାର ପିଛା ୭୬୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ସଞ୍ଚୟ ଓ ସହାୟତା ଯୋଜନା ମାଧ୍ୟମରେ ବିଗତ ବର୍ଷରେ ୫୩୫୨ ସାମୁଦ୍ରିକ\nମତ୍ସ୍ୟଜୀବୀ ପରିବାରକୁ ୩ ହଜାର\nଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଇଛି । ୨୦୦ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମିତି ପ୍ରତି ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୧୧ଲକ୍ଷ ୫୦ ହଜାର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ପି. ସଦାଶିବମ୍, ସାଂସଦ ସୁରେଶ ପ୍ରଭୁ ଓ ଏଗ୍ରିକଲଚର ଟୁଡେ ଗ୍ରୁପ୍ର ଅଧ୍ୟକ୍ଷ ଏମ୍.ଜେ.ଖାନ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!