Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ

by ସଞ୍ଜୟ ସ୍ୱାଇଁ
March 16, 2021
in Feature News
୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ
204
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):   ଚଳିତ ବର୍ଷ କେବଳ ଥରେ ହେବ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ପରୀକ୍ଷା। ପରୀକ୍ଷାର୍ଥୀମା‌ନେ କେବଳ ଥରେ ହିଁ ନିଟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ଲୋକସଭାରେ ଘୋଷଣା କରିଛନ୍ତି। ଦେଶର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଦୁଇ ଥର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଦୁଇଥର କରିବା ପାଇଁ ଅନୁମତି ଦେଇନାହାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଲୋକସଭାକୁ ଦେଇଥିବା ଲିଖିତ ଉତ୍ତରରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ୨୦୨୧ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶ କ୍ରମେ ଏନଇଟିଏ (ୟୁଜି) କେବଳ ଗୋଟିଏ ଥର ଏନଟିଏ ଦ୍ୱାରା ପରିଚାଳିତ ହେବ। ପରୀକ୍ଷା ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯିବ। ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଗଷ୍ଟ ପହିଲାରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ଏହି ପରୀକ୍ଷା ହେବ। ଦେଶରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମେଡ଼ିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏହି ପରୀକ୍ଷା ପରିଚାଳନା କରିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଓ ଅନ୍ୟାନ୍ୟ ସୂଚନା https://ntaneet.nic.in ରେ ଉପଲବ୍ଧ ହେବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!