ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ନୟାଗଡ଼ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ନିଷ୍ଠା, ସମାତା ଓ ଅନ୍ତର୍ନିବେଶୀ ଶିକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ୫୯ ଜଣ ଶିକ୍ଷକ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୂଳ ଶିକ୍ଷକ ଭାବେ ପ୍ରଣତି ମହାପାତ୍ର, ଝିଲିମିଲ ସାହୁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ବିରେନ୍ଦ୍ର କୁମାର ସ୍ୱାଇଁ ଓ ପବିତ୍ର ସ୍ୱାଇଁ ପ୍ରମୂଖ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ବିଭିନ୍ନ ଆଲୋଚନା ରଖିଥିଲେ । ଉଦଯାପନ ସମାରୋହରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସହ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସହ ଶିକ୍ଷକ ଅଜୟ କୁମାର ମିଶ୍ର, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ସହଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣର ଡିଆରଜି ପ୍ରଦୀପ କୁମାର ସାହୁ ଅନେକ ସୂଚନା ଦେଇଥିଲେ । ଅତିଥିମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ତାମିଲ ପୁସ୍ତକ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଶିକ୍ଷଣ ଆଧାରିତ ବିଷୟକୁ ସରଳ ତଥା ସାବଳୀଳ କରିବା ପାଇଁ ବିଭିନ୍ନ ଶିକ୍ଷଣ ଉପକରଣ ବ୍ୟବହାର କରି ପ୍ରଶିକ୍ଷାର୍ଥୀମାନେ ଏକ କ୍ଷୁଦ୍ର ନାଟକ ‘ଆମେ ସମର୍ଥ’ ପରିବେଷଣ କରିଥିଲେ ।





