ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅବକାରୀ ବିଭାଗ ଓ ପୈାର ପରିଷଦ ଆନୁକୁଲ୍ୟରେ ନିଶା ନିବାରଣ ସଚେତନତା କରାଯାଇଛି । ଏହି ସଚେତନତା ଶୋଭାଯାତ୍ରାକୁ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ପୈାର ପରିଷଦରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା, ଏସଆଇ ସୁଶାନ୍ତ ମହାପାତ୍ରଙ୍କ ସମେତ ପୈାର ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।






