Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଶାକୁ ନା

by ସଞ୍ଜୟ ସ୍ୱାଇଁ
December 22, 2019
in Health
ନିଶାକୁ ନା
36
VIEWS
Share on FacebookShare on Twitter

ଖଳିସାହିରେ ଗ୍ରାମବାସୀ ଓ ବ୍ୟବସାୟୀଙ୍କ ଶୋଭାଯାତ୍ରା

ନୟାଗଡ଼, (ବାଘୁଆବାର୍ତ୍ତା) : ନିଶାଦ୍ରବ୍ୟର ଅବାଧ କାରବାର ଯୋଗୁଁ ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ଗ୍ରାମରେ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା । ଫଳରେ ଗ୍ରାମର ଶାନ୍ତ ପରିବେଶ ଅଶାନ୍ତ ଆଡ଼କୁ ଗତି କରୁଥିଲା । ଗ୍ରାମବାସୀ ଏ ସଂମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କୈାଣସି ସୁଫଳ ନପାଇବା ପରେ ଏକ ନିଶାମୁକ୍ତ ଗ୍ରାମ ଗଠନ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି । ଖଳିସାହି ଗ୍ରାମବାସୀଙ୍କ ପକ୍ଷରୁ ରବିବାର ଦିନ ଆୟୋଜିତ ନିଶାମୁକ୍ତ ଅଭିଯାନରେ ଶତାଧିକ ଲୋକ ସାମିଲ ହୋଇଛନ୍ତି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ ହୋଇଥିଲା । ପୂର୍ବାହ୍ନ ୧୦ ଘଟିକା ସମୟରେ ଗ୍ରାମବାସୀମାନେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ । ମନ୍ଦିର ପରିସରରୁ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଶୋଭାଯାତ୍ରାରେ ଖଳିସାହି ଗ୍ରାମର ପ୍ରତ୍ୟେକ ସାହିରେ ଏବଂ ନିକଟସ୍ଥ କୋଟପୋଖରୀ ଗ୍ରାମ ପରିକ୍ରମା କରି ଅଂଚଳ ବାସୀଙ୍କୁ ଏ ସଂମ୍ପର୍କରେ ସଚେତନ କରିଥିଲେ । ଖଳିସାହି ବଜାର ଓ ଗଳି କନ୍ଦିରେ ନିଶାଦ୍ରବ୍ୟର କାରବାର ସଂମ୍ପୂର୍ଣ୍ଣ ବନ୍ଦ ଉପରେ ଗ୍ରାମବାସୀମାନେ ରୋକ ଲଗାଇଥିବା ଜଣାପଡ଼ିଛି । ସେହିପରି ନିଶା ସେବନକାରୀ ବ୍ୟକ୍ତି ଖଲିସାହି ବଜାର ଅଂଚଳରେ ଧରା ପଡ଼ନ୍ତି ତାହାଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ଅର୍ଥ ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଥିବା ନେଇ ଅଭିଯାନର ଆବାହକ ମାନଙ୍କଠାରୁ ପ୍ରକାଶ । ଖଳିସାହି ଅଂଚଳରେ ଦେଶୀ ଓ ବିଦେଶୀ ମଦ, ଭାଙ୍ଗ, ଗଂଜେଇ, କୋରେସ୍କ ଅବାଧ ବିକ୍ରି ଉପରେ ଗ୍ରାମବାସୀମାନେ କଟକଣା ଜାରି କରିଛନ୍ତି । କଟକଣା ସତ୍ୱେ ଯଦି କେହି ବ୍ୟକ୍ତି ଚୋରାରେ ନିଶାଦ୍ରବ୍ୟର କାରବାର କରନ୍ତି ତାହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!