ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଶ୍ରମ ଅଧିକାରୀ ସଚ୍ଚିତାନନ୍ଦ ଜେନାଙ୍କ ତତ୍ୱାବଧାନରେ ଆୟୋଜଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବ୍କ ଅଧ୍ୟକ୍ଷା ଗୋଲାପ ଦଳବେହେରା ଯୋଗ ଦେଇ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜିର ଉତ୍ସବରେ ମୋଟ ୧୭୯୦ ଜଣ ନିର୍ମାଣ ଶ୍ରମିକଙ୍କୁ ୧ କୋଟି ୧୮ ଲକ୍ଷ ୮ଶହ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଶିକ୍ଷା ପାଇଁ ୧୭୦୦ ଜଣଙ୍କୁ ୬୯ ଲକ୍ଷ ୮୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବୈବାହିକ ସହାୟତା ୫୦ ଜଣଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦ ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବାବଦକୁ ୩୪ ଲକ୍ଷ ୨୫ ହଜାର ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରାଯାଇଛି । ସେହିଭଳି ଅନ୍ୟେଷ୍ଟି କ୍ରିୟା ପାଇଁ ୨୦ ଜଣ ନିର୍ମାଣ ଶ୍ରମିକଙ୍କୁ ୯୬ ହଜାର ୮ ଶହ ଟଙ୍କା ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ବହୁ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ ।






