ଭୂବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସଂମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ (ବୈଷୟିକ) ପଦବୀକୁ ପଦୋନ୍ନତୀ ହୋଇଛି । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ ଚାକିର କାର୍ଯ୍ୟକାଳ ମଧ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂମ୍ପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାର ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧ କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ ଭାବେ ପଦୋନ୍ନତୀ ଦେଇଛନ୍ତି ।






