ନିରାକାରପୁର (ବାଘୁଆବାର୍ତ୍ତା): ଏକ ଗୋମାଂସ ବୋଝେଇ କଣ୍ଟେନର ଗାଡି ଜବତ । କଟକ ତିଗିରିଆ ରୁ ବାହାରି ପିପିଲି, ନିମାପଡ଼ା ଓ ନିରାକାରପୁର ରାସ୍ତା ଦେଇ ହାଇଦ୍ରାବାଦକୁ ଯାଉଥିବା ବେଳେ ନିରାକାରପୁର ରେଳ ଫାଟକ ପୂର୍ବରୁ ଗାଡ଼ିଟିକୁ ପିଛାକରି ହିନ୍ଦୁ ସଂଗଠନର ସଦସ୍ୟମାନେ ଗାଡ଼ିଟିକୁ ଅଟକାଇଥିଲେ ।
ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ଗୋମାଂସ ବୋଝେଇ କଣ୍ଟେନର କୁ ସୁରକ୍ଷା ଦେଇ ଯାଉଥିବା ଅନ୍ୟ ଏକ ଗାଡି ରେ ଥିବା ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
ଏତେ ପରିମାଣରେ ଗୋମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ଓ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ନିରାକାରପୁରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ ନିମନ୍ତେ ତଦନ୍ତ ଚଳାଇଛି ପୋଲିସ୍ ।





