Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପରେ କେରଳକୁ ଫେରିଲା ନିପାହ ଭାଇରସ

by ସଞ୍ଜୟ ସ୍ୱାଇଁ
September 5, 2021
in Health, NATIONAL NEWS
କରୋନା ପରେ କେରଳକୁ ଫେରିଲା ନିପାହ ଭାଇରସ
45
VIEWS
Share on FacebookShare on Twitter

ଥିରୁବନ୍ତପୁରମ, (ବାଘୁଆବାର୍ତ୍ତା): କରୋନା ପରେ କେରଳକୁ ଫେରିଲା ଆଉ ଏକ ଭାଇରସ। କେରଳରେ ଅତଙ୍କ ସୃଷ୍ଟି କରିଛି ନିପାହ ଭୂତାଣୁ। କୋଝିକୋଡିରେ ନିପାହ ଭାଇରସରେ ସଂକ୍ରମଣ ହୋଇ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ଏନେଇ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ସୂଚନା ଦେଇଛନ୍ତି। ସଂପୃକ୍ତ ବାଳକ କୋଝିକୋଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତ ରାତିରେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ବାଳକର ନମୂନା ପୁଣେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାୟରୋଲଜି ପଠାଯାଇଥିଲା। ପରୀକ୍ଷାରେ ସେ ନିପାହା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ହସ୍ପିଟାଲର ଏକ ଟିମ୍ ବାଳକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଆଜି ଭୋର୍ ୫ଟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି। ୧୨ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମସ୍ତ ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି। ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି। ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିନା ଜର୍ଜ କହିଛନ୍ତି, ସମ୍ପୃକ୍ତ ବାଳକ ଠାରେ ତିନୋଟି ନମୂନା, ପ୍ଲାଜମା, ସିଏସ୍‌ଏଫ୍‌ ଏବଂ ସିରମ ସଂକ୍ରମିତ ହୋଇଥିବା ମିଳିଥିଲା। ଭୀଷଣ ଜ୍ୱର ଥିବାରୁ ଚାରିଦିନ ପୂର୍ବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶନିବାର ତାଙ୍କ ଅବସ୍ଥା ବିଗିଡି ଥିଲା। ଉକ୍ତ ବାଳକର ସମ୍ପର୍କରେ ଆସିଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। ସେମାନଙ୍କ କୌଣସି ଲକ୍ଷଣ ଦେଖାଦେଇ ନାହିଁ।’ ସେ ଆହୁରି କହିଛନ୍ତ, ଚିନ୍ତାର କୌଣସି କାରଣ ନାହିଁ। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି। ବିଶେଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଉପରେ କଡା ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇଛି। ୨୦୧୮ ମେ’ ୧୯ ରେ କେରଳରେ ପ୍ରଥମ ଥର ପାଇଁ ନିପାହ ଭାଇରସ ଦେଖିବାକୁ ମିଳିଥିଲା । ଜୁନ୍ ୧ ସୁଧା ନିପାହ କାରଣରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ କୋଝିକୋଡେ ଏବଂ ମଲ୍ଲପୁରମ ଜିଲ୍ଲାରେ ନିପାହ କାରଣରୁ ୧୨ ଜଣଙ୍କ ମୃତ୍ୟୁ ପରେ ବିଶେଷଜ୍ଞମାନେ ବାଦୁଡ଼ି ଠାରୁ ନମୂନା ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଫ୍ରୁଟ ବ୍ୟାଟ୍ ପ୍ରଜାତିର ବାଦୁଡ଼ିଙ୍କୁ ମାରାତ୍ମକ ରୋଗର ବାହକ ଭାବରେ ଚିହ୍ନଟ କରାଯାଇଥିଲା। ଗେଟିଏ ପଟେ ନିପାହ ତ ଅନ୍ୟପଟେ କେରଳ କରୋନା ମହାମାରୀର ସହ ମଧ୍ୟ ଲଢୁଛି । ଗତ ୨୪ ସେଠାରେ ୨୯ ହଜାର ୬୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଆଉ ୧୪୨ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ୪୨୨କୁ ବୃଦ୍ଧି ହୋଇଛି । ରାଜ୍ୟରେ ବର୍ତ୍ତମାନ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ୬୫ ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!