Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଟିନଙ୍କ ଯୁବ ବର୍ଗଙ୍କୁ ଅଫର, ସନ୍ତାନ ଜନ୍ମ କଲେ ୯ ଲକ୍ଷ ପୁରସ୍କାର

by ସଞ୍ଜୟ ସ୍ୱାଇଁ
September 17, 2024
in NATIONAL NEWS, WORLD
ପୁଟିନଙ୍କ ଯୁବ ବର୍ଗଙ୍କୁ ଅଫର, ସନ୍ତାନ ଜନ୍ମ କଲେ ୯ ଲକ୍ଷ ପୁରସ୍କାର
154
VIEWS
Share on FacebookShare on Twitter

ମସ୍କୋ, (ବାଘୁଆବାର୍ତ୍ତା): ମଧ୍ୟାହ୍ନ ଭୋଜନ ଛୁଟି ସମୟରେ କିମ୍ବା ଅନ୍ୟ ବିରତି ସମୟରେ ଯୁବବର୍ଗମାନେ ନିଜ ସାଥୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ଏବଂ ଶୀଘ୍ର ସନ୍ତାନ ଜନ୍ମ କରିବା ଜରୁରୀ। ୨୪ ବର୍ଷରୁ କମ୍ ମହିଳାମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ସମୟରେ ୧.୦୨ ଲକ୍ଷ ରୁବଲ୍ (୯,୪୦ ଲକ୍ଷ ଟଙ୍କା) ଦିଆଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ କାର‌୍ୟ୍ୟକାରୀ କରିବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଜନ୍ମ ହାର ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରୁଷିଆରେ ଜନ୍ମ ହାର ପ୍ରତି ମହିଳାଙ୍କ ପିଛା ୧.୫ ସନ୍ତାନ ଥିବାବେଳେ ଜନସଂଖ୍ୟା ହାର ବୃଦ୍ଧି ପାଇଁ ଏବଂ ଏହାକୁ ୨.୧ରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ୟୁକ୍ରେନ ସହିତ ଯୁଦ୍ଧ ଯୋଗୁ ଦେଶର ଜନସଂଖ୍ୟା ମଧ୍ୟ ହ୍ରାସ ପାଇଛି। ପ୍ରାୟ ୧୦ ଲକ୍ଷ ଯୁବକ ଦେଶ ଛାଡି ପଳାଇଛନ୍ତି। ତେଣୁ ପୁଟିନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶ ଜାରି କରିବାବେଳେ ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ୟେଭେଗେନି ଶେଷ୍ଟୋପାଲୋଭ ଦେଶର ଜନ୍ମ ହାର ବୃଦ୍ଧିରେ ସହଯୋଗ କରିବାକୁ ଯୁବବର୍ଗମାନଙ୍କୁ ନିବେଦନ କରିଛନ୍ତି, କାରଣ କୌଣସି ଦେଶର ଜନସଂଖ୍ୟା ଭବିଷ୍ୟତ ସେହି ଦେଶର ବିକାଶ ହାର ସ୍ଥିର କରିଥାଏ। କିନ୍ତୁ କିଛି ସମୟ ଧରି ଦେଶର ଜନ୍ମ ହାର ହ୍ରାସ ହେଉଛି,। ତେଣୁ ଯୁବବର୍ଗମାନଙ୍କୁ କାମ କରିବା କିମ୍ବା ବ୍ୟବସାୟ କରିବା ସମୟରେ ବିରତି ସମୟରେ ସେମାନଙ୍କ ସାଥୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ସହିତ ସମ୍ପୃକ୍ତ ଯୁବବର୍ଗମାନେ ସେମାନଙ୍କ ପରିବାରର ସଦସ୍ୟ ସଂଖ୍ୟାକୁ ଆଗକୁ ନେବା ସହିତ ଦେଶର ବିକାଶ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆବଶ୍ୟକ। ଏହା ଏକ ବହୁତ ଭଲ ସୁଯୋଗ ଏବଂ ଏଥିପାଇଁ ସରକାର ଯୁବବର୍ଗଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ। ଏହା ଦେଶର ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଦେଶର ଲୋକଙ୍କ କର୍ତ୍ତବ୍ୟ ମଧ୍ୟ । ରୁଷିଆର ପୁଟିନ ସରକାର ଜନ୍ମ ହାର ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇସାରିଛନ୍ତି। ଉଦାହରଣ ସ୍ୱରୂପ, ମସ୍କୋରେ ୧୮ରୁ ୪୦ ବର୍ଷ ବୟସର ମହିଳାମାନଙ୍କୁ ମାଗଣା ଗର୍ଭଧାରଣ ପରୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରାଯାଇଛି। ସାଂସଦ ତାତିଆନା ବଟସ୍କାୟା ଏକ ଯୋଜନାରେ ପ୍ରସ୍ତାବ ଦେଇଛନ୍ତି ଯେ, କମ୍ପାନୀମାନେ ସେମାନଙ୍କର ମହିଳା କର୍ମଚାରୀମାନଙ୍କୁ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ଏଥିପାଇଁ ସେମାନେ ପ୍ରୋତ୍ସାହନ ଯୋଜନା କାର‌୍ୟ୍ୟକାରୀ କରିପାରିବେ । ଚେଲାବିନ୍ସ ସହରରେ ୨୪ ବର୍ଷରୁ କମ୍ ଯୁବତୀମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ପରେ, ୮,୫୦୦ ପାଉଣ୍ଡ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ରୁଷିଆରେ ଗର୍ଭପାତକୁ ନିଷେଧ କରାଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ଶେଷ କରିବା ପାଇଁ ଛାଡପତ୍ର ଫି ବୃଦ୍ଧି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୪ ରେ ରୁଷିଆ ସରକାରଙ୍କ ଦ୍ବାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ର ପ୍ରଥମାର୍ଦ୍ଧରେ ରୁଷିଆର ଜନ୍ମ ହାର ଗତ ୨୫ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା। ଜୁନ୍ ମାସରେ ଜନ୍ମ ହାର ପ୍ରଥମ ଥର ପାଇଁ ଏକ ଲକ୍ଷରୁ କମ୍ ହୋଇଯାଇଥିଲା। ଜାନୁଆରୀ ୨୦୨୪ରୁ ଜୁନ୍ ୨୦୨୪ ମଧ୍ୟରେ ୬ ମାସରେ ରୁଷିଆରେ ୫୯୯୯୬୦୦ଶିଶୁ ଜନ୍ମ ହୋଇଥିଲେ । ଏହି ସଂଖ୍ୟା ୨୦୨୩ ଠାରୁ ୧୬୦୦୦କମ୍ ଥିଲା। ୨୦୨୪ ବର୍ଷରେ ଏପର‌୍ୟ୍ୟନ୍ତ ୪୯,୦୦୦ ଅଧିକ ଲୋକ ଗତ ବର୍ଷ ତୁଳନାରେ ପ୍ରାଣ ହରାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!